ନୂଆଦିଲ୍ଲୀ: ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି 63ତମ ଶ୍ରାଦ୍ଧବାର୍ଷିକୀ । ଏହି ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ତାଙ୍କ ସ୍ମାରକୀକୁ ଯାଇ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।
ଆମ୍ବେଦକରଙ୍କ 63ତମ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ - ଆମ୍ବେଦକରଙ୍କ 63ତମ ଶ୍ରାଦ୍ଧବାର୍ଷିକୀ
ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କର ଆଜି 63ତମ ଶ୍ରାଦ୍ଧବାର୍ଷିକୀ । ଏହି ଉପଲକ୍ଷେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ନେତା ମନ୍ତ୍ରୀ ।

ଆମ୍ବେଦକରଙ୍କର 63ତମ ଶ୍ରାଦ୍ଧ ବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାମନ୍ତ୍ରୀ
ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସଂସଦରେ ଡ. ବି.ଆର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଆମ୍ବେଦକରଙ୍କୁ ବାବାସାହେବ ଭାବେ ସମସ୍ତେ ଜାଣନ୍ତି । ତାଙ୍କୁ ସମ୍ବିଧାନ ନିର୍ମାତା ଏବଂ ସାମାଜିକ ନ୍ୟାୟର ପ୍ରଣେତା ବୋଲି ମଧ୍ୟ କୁହାଯାଏ ।