ଓଡିଶା

odisha

ETV Bharat / bharat

ପୁଣି ସୁପ୍ରିମ କୋର୍ଟରେ ପହଞ୍ଚିଲା ତିନି ତଲାକ ମାମଲା - muslim personal law board file petition against triple talaq

ତିନି ତଲାକ ଆଇନ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ । ଅଧିକ ପଢନ୍ତୁ...

ଫାଇଲ ଫଟୋ

By

Published : Oct 21, 2019, 10:54 PM IST

ନୂଆଦିଲ୍ଲୀ: ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଲା ତିନି ତଲାକ ମାମଲା । ସଂସଦର ଗତ ବଜେଟ ଅଧିବେଶନରେ ପାରିତ ହୋଇଥିବା ତିନି ତଲାକ ଆଇନ ବିରୁଦ୍ଧରେ ଅଲ ଇଣ୍ଡିଆ ମୁସଲିମ ପର୍ସନାଲ ଲ’ ବୋର୍ଡ ( ଏଆଇଏମପିଏଲବି) ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

ତଲାକ ଏ ବିଦତକୁ ଅପରାଧିକ ଘୋଷଣା କରିବା ଅସମ୍ବିଧାନିକ ଅଟେ । ଏହା ମୁସଲିମ ଲୋକମାନଙ୍କ ସମ୍ବିଧାନ ପ୍ରଦତ୍ତ ମୌଳିକ ଅଧିକାରର ବିରୋଧୀ । ତେବେ ଏହି ଆଇନକୁ ରଦ୍ଦ କରାଯାଉ ବୋଲି ବୋର୍ଡ ଆବେଦନ କରିଛି । ବରିଷ୍ଠ ଆଇନଜୀବୀ ଏମଆର ସମସେଦ ସଙ୍ଘ ପକ୍ଷରୁ ଏହି ପିଟିସନ ଦାଖଲ କରିଛନ୍ତି ।

ସେପଟେ ଗତ ଜୁଲାଇ ମାସରେ ସଂସଦରେ ଏହି ବିଲ ପାରିତ ହେବା ପରେ ମୁସଲିମ ପର୍ସନାଲ ଲ’ ବୋର୍ଡ ପକ୍ଷରୁ ଏହି ଆଇନକୁ ମୁସଲିମଙ୍କ ମୌଳିକ ଅଧିକାର ବିରୋଧୀ ବୋଲି କୁହାଯାଇଥିଲା ଏବଂ ଏହା ବିରୋଧରେ ଆଇନଗତ ଲଢେଇ କରାଯିବ ବୋଲି ବୋର୍ଡ କହିଥିଲା ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ତିନି ତଲାକକୁ ଚ୍ୟାଲେଞ୍ଜ କରୁଥିବା ଅନ୍ୟାନ୍ୟ ଆବେଦନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଥିଲେ ।

ABOUT THE AUTHOR

...view details