ନୂଆଦିଲ୍ଲୀ: ଅଣରିହାତିପ୍ରାପ୍ତ ପେଟ୍ରୋଲିୟମ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରିଛି ସର୍ବଭାରତୀୟ ମହିଳା କଂଗ୍ରେସ । ଏଥିପାଇଁ ସଂଗଠନ ପକ୍ଷରୁ ଆସନ୍ତା କାଲିଠୁ ସର୍ବଭାରତୀୟ ସ୍ତରରେ ବିକ୍ଷୋଭ କରାଯିବ । ଏନେଇ ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି ।
ଗ୍ୟାସ ଦରବୃଦ୍ଧିକୁ ମହିଳା କଂଗ୍ରେସର ବିରୋଧ, କାଲିଠୁ ସାରା ଦେଶରେ ବିକ୍ଷୋଭ - କାଲିଠୁ ସାରା ଦେଶରେ ବିକ୍ଷୋଭ
ଅଣ ରିହାତିପ୍ରାପ୍ତ ପେଟ୍ରୋଲିୟମ୍ ଗ୍ୟାସର ଦରବୃଦ୍ଧିକୁ ବିରୋଧ କରିଛି ସର୍ବଭାରତୀୟ ମହିଳା କଂଗ୍ରେସ । ସେଥିପାଇଁ ସଙ୍ଗଠନ ପକ୍ଷରୁ ଆସନ୍ତାକାଲି ଠୁ ସର୍ବଭାରତୀୟସ୍ତରରେ ଆନ୍ଦୋଳନ କରାଯିବ । ଅଧିକ ପଢନ୍ତୁ...
ଗ୍ୟାସ ଦରବୃଦ୍ଧିକୁ ସର୍ବଭାରତୀୟ ମହିଳା କଂଗ୍ରେସର ବିରୋଧ, କାଲିଠୁ ସାରା ଦେଶରେ ବିକ୍ଷୋଭ
ଇଣ୍ଡିଆନ ଅଏଲ କର୍ପୋରେସନ (IOC) ୱେବସାଇଟ ଅନୁସାରେ, ୧୪.୨ କିଲୋର ଅଣସବସିଡି ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ 149 ଟଙ୍କା ବୃଦ୍ଧି ପାଇଛି । ସେହିପରି ସମସ୍ତ ମହାନଗର ନିଗମରେ ଅଣସବସିଡି ସିଲିଣ୍ଡର ଦାମ 144.50 ଟଙ୍କାରୁ 149 ଟଙ୍କା ପର୍ଯ୍ୟନ୍ତ ବଢିଛି ।
IOC ୱେବସାଇଟ ଅନୁଯାୟୀ, ଏବେ 14 କିଲୋ ରୋଷେଇ ଗ୍ୟାସ ସିଲିଣ୍ଡର ଦିଲ୍ଲୀରେ, କୋଲକାତା, ମୁମ୍ବାଇରେ ଯଥାକ୍ରମେ 144.50, 149, 145 ଟଙ୍କା ବୃଦ୍ଧି ପାଇ 858.50 , 896.00 ଓ 829.50 ଟଙ୍କାରେ ପହଞ୍ଚିଛି । ସେହିପରି ଚେନ୍ନାଇରେ ଏହାର ଦାମ 147 ଟଙ୍କା ବୃଦ୍ଧି ପାଇଁ 881 ଟଙ୍କା ହୋଇଛି ।