ଚଣ୍ଡିଗଡ: କୋରୋନା ସତର୍କତା ଲାଗି ପଞ୍ଜାବ ସମେତ ଦେଶର 22 ରାଜ୍ୟର 75 ଜିଲ୍ଲାକୁ ଲକ୍ଡାଉନ୍ କରାଯାଇଛି । ମାର୍ଚ୍ଚ 31 ତାରିଖ ପର୍ଯ୍ୟନ୍ତ ଏହାକୁ ବଲବତ୍ତର ରଖାଯିବ ବୋଲି ସୂଚନା ମିଳିଛି । ଫଳରେ ଅନେକ ଲୋକଙ୍କ ଜୀବନ ଉପରେ ଏହାର ପ୍ରଭାବ ଦେଖିବାକୁ ମିଳିବ ।
ଯାହାର ମୁକାବିଲା କରିବା ତଥା ଏମାନଙ୍କୁ ସହାୟତା ପ୍ରଦାନ କରିବା ପାଇଁ ପଞ୍ଜାବ କ୍ୟାଡରର ସମସ୍ତ ଆଇଏଏସ ଅଫିସର ଦିନକର ଦରମା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦେବେ ବୋଲି ଜଣାପଡିଛି । ଏନେଇ ପଞ୍ଜାବ ସରକାରଙ୍କ ପକ୍ଷରୁ ସୂଚନା ମିଳିଛି ।