ଜର୍ମାନ୍: କୋଭିଡ୍-19ର ମହା ପ୍ରଳୟ ସମଗ୍ର ବିଶ୍ଵର ସାମାଜିକ ଓ ଆର୍ଥିକ ଜନଜୀବନ ଏଵଂ ମାନଦଣ୍ଡକୁ ଦୋହଲାଇ ଦେଇଛି । ମୃତ୍ୟୁର ବିଭିଷିକା ଏତେ ଭୟଙ୍କର ଯେ, କେହି ଏଥିରୁ ନିସ୍ତାର ପାଉ ନାହାନ୍ତି । ସାଧାରଣ ପ୍ରଜା ଠୁ ରାଜା ପର୍ଯ୍ଯନ୍ତ ସମସ୍ତେ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଥାଇଲାଣ୍ଡର ରାଜାଙ୍କ ସେଲ୍ଫ-ଆଇସୋଲେସନ୍ ଖବର ଆଜି ପ୍ରମୁଖ ଖବର ପାଲଟିଥିଵା ଵେଳେ ତାଙ୍କ ସହିତ 20ଜଣ ମହିଳା ସହଯୋଗୀ ରହିଵା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି।
ଜର୍ମାନୀର ସବୁ ହୋଟେଲ୍ ବୁକ୍, ଚର୍ଚ୍ଚାରେ ଥାଇଲାଣ୍ଡ ରାଜାଙ୍କ ସେଲ୍ଫ-ଆଇସୋଲେସନ୍ - self-isolation of Thai king in church
କୋରୋନା ବିଭିଷୀକା ବେଳେ ଥାଇଲାଣ୍ଡର ରାଜାଙ୍କ ସେଲ୍ଫ-ଆଇସୋଲେସନ୍ ଖବର ଆଜି ପ୍ରମୁଖ ଖବର ପାଲଟିଥିଵା ଵେଳେ ତାଙ୍କ ସହିତ 20ଜଣ ମହିଳା ସହଯୋଗୀ ରହିଵା ଘଟଣା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଅଧିକ ଖବର ପଢନ୍ତୁ...
![ଜର୍ମାନୀର ସବୁ ହୋଟେଲ୍ ବୁକ୍, ଚର୍ଚ୍ଚାରେ ଥାଇଲାଣ୍ଡ ରାଜାଙ୍କ ସେଲ୍ଫ-ଆଇସୋଲେସନ୍ All hotel book in Germany](https://etvbharatimages.akamaized.net/etvbharat/prod-images/768-512-6612455-thumbnail-3x2-ravan.jpg)
ତେଵେ ରାଜା ମହାଵାଜିରାଲୋଂକର୍ଣ ନିଜ ଜନ୍ମମାଟି ତଥା ଶାସନକ୍ଷେତ୍ର ଛାଡି ସୁଦୂର ଜର୍ମାନରେ ଥିବା ସବୁ ସମ୍ଭ୍ରାନ୍ତ ହୋଟେଲ୍ ଗୁଡିକୁ ବୁକ୍ କରିଛନ୍ତି । ନୋବେଲ୍ କୋରୋନା ଭାଇରସ୍ ପାଇଁ ସମଗ୍ର ବିଶ୍ଵରେ ଏବେ ଲକ୍-ଡାଉନ୍ ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏଭଳି ଘଡିସନ୍ଧି ମୂହୁର୍ତ୍ତରେ ମହାରାଜ ୨୦ ସହଯୋଗୀ ମହିଳାଙ୍କୁ ସାଥିରେ ରଖି ଆଇସୋଲେସନ୍ କୁ ଯିବା ଉଭୟ ଥାଇଲାଣ୍ଡ ଓ ଜର୍ମାନରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ତେବେ ଥାଇଲାଣ୍ଡରେ ଏହି ଖଵର ଭାଇରାଲ୍(ଚର୍ଚ୍ଚା)ହେବା ପରେ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । କୌଣସି ଦେଶରେ ଏଭଳି ମହାମାରୀ ସମୟରେ ନିଜେ ଶାସନକର୍ତ୍ତା ଦେଶ ଛାଡି ଅନ୍ୟତ୍ର ରହିବାକୁ-ସହଜରେ ଗ୍ରହଣ କରୁନାହାନ୍ତି ସାଧାରଣ ନାଗରିକ । ଆଜି ସେଠାକାର ସୋସିଆଲ୍ ସାଇଡ୍ ଗୁଡିକରେ ଏହାର ପ୍ରତିଫଳନ ଦେଖିବାକୁ ମିଳିଛି । 'ଆମକୁ କାହିଁକି ରାଜା ଦରକାର ?' ଲୋକମାନେ ଟୁଇଟ୍ କରି ନିଜର କ୍ଷୋଭ ବ୍ୟକ୍ତ କରିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ମହାରାଜାଙ୍କ ୪ଜଣ ମହାରାଣୀ ବି ରହିଛନ୍ତି ।