ଓଡିଶା

odisha

ETV Bharat / bharat

ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି: ଘରେ ପଶିଲା ପାଣି, ସମସ୍ତ ସ୍କୁଲ ବନ୍ଦ

ଲଗାଣ ବର୍ଷାରେ ବେହାଲ ମୁମ୍ବାଇ । ଥାନେ ଓ ପାଲଘରରେ ଘରେ ପଶିଲା ବନ୍ୟା ପାଣି । ଫଳରେ ସମସ୍ତ ସ୍କୁଲ ବନ୍ଦ ନେଇ ପ୍ରଶାସନର ଘୋଷଣା ।

ଡିଜାଇନ ଫଟୋ

By

Published : Aug 3, 2019, 3:04 PM IST

Updated : Aug 3, 2019, 4:23 PM IST

ମୁମ୍ବାଇ: ଲଗାଣ ବର୍ଷା ଯୋଗୁଁ ମହାରାଷ୍ଟ୍ରରେ ସଙ୍ଗୀନ ପରିସ୍ଥିତି । ଲୋକଙ୍କୁ ଘାରିଲା ଜଳ ନିଷ୍କାସନ ସମସ୍ୟା । ଥାନେ ଓ ପାଲଘରରେ ଘରେ ପଶିଲା ବନ୍ୟା ପାଣି । ଫଳରେ ସମସ୍ତ ସ୍କୁଲ ବନ୍ଦ ନେଇ ପ୍ରଶାସନର ଘୋଷଣା । ସେପଟେ ରେଳ ଧାରଣା ଉପରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଉବୁଟୁବୁ ମୁମ୍ବାଇ । ଗତକାଲି ମଧ୍ୟରାତ୍ରିରୁ ଲଗାଣ ବର୍ଷାରେ ମହାରାଷ୍ଟ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଲାଲବାଘ, ପାରାଲ, ଗୋରେଗାଓଁ, ମୀରା ରୋଡ, ଅନ୍ଧେରୀ, ବାନ୍ଦ୍ରା ଆଦି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି । ଭୂସ୍ଖଳନ ଓ ବନ୍ୟା ଯୋଗୁଁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି । ଫଳରେ ଯାତାୟତରେ ବାଧା ସୃଷ୍ଟି ହେବା ସହ ମଲାଡ ଓ ପାଲଘରରେ ଘରେ ବନ୍ୟା ପାଣି ପଶିଥିବା ଜଣାପଡିଛି ।

ବର୍ଷା ଯୋଗୁଁ ରାସ୍ତା ଗୁଡିକ ନଦୀ ପାଲଟିଛି । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଠି କାର ଗୁଡିକ ରାସ୍ତାରେ ନୁହେଁ ବରଂ ନଦୀ ଭିତରେ ଅତିକ୍ରମ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଲୋକମାନେ ମଧ୍ୟ ଜଙ୍ଘେ ପାଣିରେ ପଶି ଯାତାୟତ କରୁଛନ୍ତି ।

ଆଗାମୀ 2ଦିନ ଯାଏଁ ଏଭଳି ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ଏହାକୁ ଆଖିଆଗରେ ରଖି ପ୍ରଶାସନ ଉଚିତ ପଦକ୍ଷେପ ଗ୍ରହଣ କରିବା ସହ ଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି ।

Last Updated : Aug 3, 2019, 4:23 PM IST

ABOUT THE AUTHOR

...view details