ଓଡିଶା

odisha

ETV Bharat / bharat

'ସୋପିଆନ ଏନକାଉଣ୍ଟର ସହ ଜଡିତ ସମସ୍ତ ତଥ୍ୟର ଅନୁସନ୍ଧାନ ହେବ' - ଆତଙ୍କବାଦୀ

ଜୁଲାଇ 18 ରେ ଶୋପିଆନର ଆମିସିପୋରାରେ ସେନାର 62 ଆରଆର ସୈନିକଙ୍କ ଦ୍ବାରା ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ରବିବାର ଦିନ ରାଜୌରୀର କୋଟ୍ରଙ୍କା ତହସିଲର ତିନି ପରିବାର ଏହି ଆତଙ୍କବାଦୀଙ୍କ ଫଟୋ ଆଧାରରେ ଦାବି କରିଛନ୍ତି ଯେ, ମୃତକମାନେ ଆତଙ୍କବାଦୀ ନୁହନ୍ତି।

'ଶୋପିଆନ ଏନକାଉଣ୍ଟର  ସହ ଜଡିତ ସମସ୍ତ ତଥ୍ୟର ଅନୁସନ୍ଧାନ ହେବ'
'ଶୋପିଆନ ଏନକାଉଣ୍ଟର ସହ ଜଡିତ ସମସ୍ତ ତଥ୍ୟର ଅନୁସନ୍ଧାନ ହେବ'

By

Published : Aug 13, 2020, 5:26 PM IST

ଶ୍ରୀନଗର: ଗତ ମାସର 18 ତାରିଖ ଦିନ ଦକ୍ଷିଣ କାଶ୍ମୀରର ସୋପିଆନ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟରକୁ ନେଇ ବିବାଦ ଘନେଇବାରେ ଲାଗିଛି। ବିବାଦ ପରେ ଜମ୍ମୁ କାଶ୍ମୀର ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହି ଏନକତାଉଣ୍ଟର ସହ ଜଡିତ ସମସ୍ତ ତଥ୍ୟର ଅନୁସନ୍ଧାନ କରାଯାଉଛି ବୋଲି କାଶ୍ମୀରର ପୋଲିସ ଇନ୍ସପେକ୍ଟର ବିଜୟ କୁମାର ଗୁରୁବାର କହିଛନ୍ତି ।

'ଶୋପିଆନ ଏନକାଉଣ୍ଟର ସହ ଜଡିତ ସମସ୍ତ ତଥ୍ୟର ଅନୁସନ୍ଧାନ ହେବ'

ଜୁଲାଇ 18 ରେ ସୋପିଆନର ଆମିସିପୋରାରେ ସେନାର 62 ଆରଆର ସୈନିକଙ୍କ ଦ୍ବାରା ତିନିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆତଙ୍କବାଦୀଙ୍କ ମୃତଦେହର ନମୁନା ନେବା ପରେ ସେମାନଙ୍କୁ ବରମୁଲ୍ଲାରେ କବର ଦିଆଯାଇଥିଲା। ତେବେ ରବିବାର ଦିନ ରାଜୌରୀର କୋଟ୍ରଙ୍କା ତହସିଲର ତିନି ପରିବାର ଏହି ଆତଙ୍କବାଦୀଙ୍କ ଫଟୋ ଆଧାରରେ ଦାବି କରିଛନ୍ତି ଯେ, ମୃତକମାନେ ଆତଙ୍କବାଦୀ ନୁହନ୍ତି। ସେମାନେ ମଜୁରୀ ପାଇଁ ଶୋପିଆନ ଯାଇଥିଲେ । ନିଖୋଜ ଶ୍ରମିକମାନଙ୍କ ମଧ୍ୟରେ 20 ବର୍ଷୀୟ ଇମତିଆଜ ଅହମ୍ମଦ, 18 ବର୍ଷୀୟ ଇବ୍ରା ଅହମ୍ମଦ ଏବଂ 25 ବର୍ଷିୟ ମହମ୍ମଦ ଅବରାର ରହିଛନ୍ତି। ତେବେ ଏହାପରେ ପରିବାର ପକ୍ଷରୁ ଏକ ନିଖୋଜ ରିପୋର୍ଟ ମଧ୍ୟ ଦାଖଲ କରାଯାଇଥିଲା ।

ଏହି ରିପୋର୍ଟ ଆଧାରରେ ପୋଲିସ ମାମଲାର ସମସ୍ତ ବିବରଣୀ ଯାଞ୍ଚ କରିବାକୁ ଚେଷ୍ଟା କରୁଛି ବୋଲି କୁମାର କହିଛନ୍ତି। ସେ କହିଛନ୍ତି , ଶୋପିଆନ ଏନକାଉଣ୍ଟରରେ ନିହତ ହୋଇଥିବା ତିନିଜଣ ବ୍ୟକ୍ତିଙ୍କ ଡିଏନଏ ନମୁନା କେନ୍ଦ୍ରୀୟ ଲାବୋରେଟୋରୀକୁ ପଠାଯିବ। ଏହି ଘଟଣାରେ ଶୋପିଆନର ଡିଏସପି ରାଙ୍କର ଜଣେ ଅଧିକାରୀଙ୍କ ନେତୃତ୍ବରେ ଏକ ଦଳ ଆଇନଗତ ଯାଞ୍ଚ ପାଇଁ ରଜୌରୀ ଯାଇଛନ୍ତି ବୋଲି ସେ କହିଛନ୍ତି।

ଶ୍ରୀନଗରରେ ଅଗଷ୍ଟ 15 ଉତ୍ସବ ପୂର୍ବରୁ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି କୁମାର କହିଛନ୍ତି, ମୂଳତଃ ଆମେ ଦୁଇଟି ଗୁରୁତ୍ବପୂର୍ଣ୍ଣ ଦୃଷ୍ଟିକୋଣର ଅନୁସନ୍ଧାନ କରୁଛୁ। ଗୋଟିଏ ଡିଏନଏ ନମୁନା ସହିତ ମେଳ ଖାଉଛି କି ନାହିଁ ଏବଂ ଅନ୍ୟଟି ହେଉଛି ଏହି ତିନି ଜଣ ବ୍ୟକ୍ତି ଆତଙ୍କବାଦୀଙ୍କ ସହ ଯୋଗାଯୋଗରେ ଅଛନ୍ତି କି ନାହିଁ।

ତେବେ ରବିବାର ଦିନ ନିଖୋଜ ଶ୍ରମିକଙ୍କ ପରିବାର ରାଜୌରୀ ଜିଲ୍ଲାର ପେରି ପୋଲିସ ଷ୍ଟେସନରେ ଏଫଆଇଆର ଦାଖଲ କରିଥିଲେ। ଏହି ତିନିଜଣ ନିଖୋଜ ହେବାର 21 ଦିନ ପରେ ଏନକାଉଣ୍ଟର ଘଟଣା ଘଟିଛି। ଶେଷ ଥର ପାଇଁ ପରିବାର ଲୋକେ ଜୁଲାଇ 17 ରେ ସେମାନଙ୍କ ସହ କଥା ହୋଇଥିଲେ , ଏହା ପରେ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା ବୋଲି ପରିବାର ପକ୍ଷରୁ କୁହାଯାଇଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details