ନୂଆଦିଲ୍ଲୀ: କୋରୋନା ଭାଇରସକୁ ନେଇ ସମଗ୍ର ଦେଶରେ ହାଇ ଆଲର୍ଟ ଜାରି ହୋଇଛି । ସମସ୍ତେ ସତର୍କ ଆଉ ସୁରକ୍ଷିତ ରହିବାକୁ ପ୍ରୟାସରତ । ଏହାରି ଭିତରେ ଜୀବନକୁ ବାଜି ଲଗାଇ ପ୍ରତିଟି ମୂହୂର୍ତ୍ତର ଖବରକୁ ଲୋକଙ୍କ ନିକଟରେ ପହଁଚାଇ ଚାଲିଛନ୍ତି ସାମ୍ବାଦିକ । କିନ୍ତୁ ଅହରହ ଖବର ଯୋଗାଇ ଆସୁଥିବା ଏହି ସାମ୍ବାଦିକ ମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
ସାମ୍ବାଦିକଙ୍କ ସୁରକ୍ଷା ପାଇଁ କେଜ୍ରିୱାଲଙ୍କ ନିଷ୍ପତି - journalists
ରାଜଧାନୀ ଦିଲ୍ଲୀର ସମସ୍ତ ସାମ୍ବାଦିକ ସମ୍ମଳନୀ ଡିଜିଟାଲ ମାଧ୍ୟମରେ କରାଯିବା ନେଇ କେଜ୍ରିୱାଲ ନେଇଛନ୍ତି ନିଷ୍ପତି । ଯେହେତୁ ବର୍ତ୍ତମାନ କୋରୋନାର ପ୍ରକୋପ ବଢିବାରେ ଲାଗିଛି । ତେଣୁ ସାମ୍ବାଦିକ ମାନଙ୍କୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ଗ୍ରହଣ କରିଛନ୍ତି ଦିଲ୍ଲୀ ସରକାର ।

ଆଜିଠୁ ହେବାକୁ ଥିବା ସମସ୍ତ ସୂଚନା ଏବଂ ପ୍ରେସ ବାର୍ତ୍ତା ଡିଜିଟାଲି ଯୋଗାଇ ଦିଆଯିବା ବୋଲି ସେ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଏହା ସହ ସାମ୍ବାଦିକ ମାନଙ୍କୁ ସଚେତନତା ବାର୍ତ୍ତା ଦେବାକୁ ଯାଇ କେଜ୍ରିୱାଲ କହିଛନ୍ତି, ଆପଣ ମାନେ ମଧ୍ୟ ନିଜ ନିଜର ସ୍ବାସ୍ଥ୍ୟକୁ ସୁରକ୍ଷା ଦିଅନ୍ତୁ ଏବଂ ବାହାରେ ଅଧିକ ବୁଲନ୍ତୁ ନାହିଁ ।