ଓଡିଶା

odisha

ETV Bharat / bharat

ଅଣ-କଣ୍ଟେନମେଣ୍ଟ ଜୋନରେ ଖୋଲିଲା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ - କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ

ସୋମବାରଠୁ ଖୋଲିଲା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ । କେବଳ ଅଣ-କଣ୍ଟେନମେଣ୍ଟ ଜୋନରେ ଥିବା ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ପରିଦର୍ଶକମାନଙ୍କ ପାଇଁ ଖୋଲାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଥିଲେ । ଅଧିକ ପଢନ୍ତୁ...

 ଆଜିଠୁ ଖୋଲିଲା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ
ଆଜିଠୁ ଖୋଲିଲା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ

By

Published : Jul 6, 2020, 4:38 PM IST

ନୂଆଦିଲ୍ଲୀ: ସୋମବାରଠୁ ଖୋଲିଲା ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ । କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସମସ୍ତ ସ୍ମାରକୀ ସୁରକ୍ଷା ପ୍ରୋଟୋକଲଗୁଡି ସଂପୂର୍ଣ୍ଣ ଭାବେ ପାଳନ କରି ଖୋଲାଯାଇଛି । ଏହି ସମସ୍ତ ସ୍ମାରକୀ ଏବଂ ସଂଗ୍ରହାଳୟ ପରିଦର୍ଶକମାନଙ୍କ ପାଇଁ ଖୋଲାଯିବ ବୋଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ କହିଥିଲେ ।

ସମସ୍ତ କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଏବଂ ସ୍ଥାନଗୁଡିକ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି କରାଯାଇଥିବା ପରିମଳ, ସାମାଜିକ ଦୂରତା ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପ୍ରୋଟୋକଲ ନିର୍ଦ୍ଦେଶାନାମା ଅନୁଯାୟୀ ଖୋଲିବ । ସମୁଦାୟ 3,691 କେନ୍ଦ୍ରୀୟ ସଂରକ୍ଷିତ ସ୍ମାରକୀ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ଅଧୀନରେ ଆସୁଛି । ସେଥିମଧ୍ୟରୁ 820 ସ୍ମାରକୀ ଯେଉଁଠାରେ ପୂଜାପାଠ ସ୍ଥାନ ରହିଛି, ତାହା ଗତ ମାସର 8 ରେ ଖୋଲାଯାଇଥିଲା । ପ୍ରବେଶ ଟିକେଟ୍ କେବଳ ଇଣ୍ଟରନେଟରେ ଉପଲବ୍ଧ ହେଉଛି । ପାର୍କିଂ ଏବଂ କାଫେଟେରିଆରେ କେବଳ ଡିଜିଟାଲ୍ ପେମେଣ୍ଟକୁ ଅନୁମତି ଦିଆଯାଇଛି ।

ସ୍ମାରକୀରେ ଥିବା ସମସ୍ତ ସାଉଣ୍ଡ ଏବଂ ଲାଇଟ୍ ସୋ ଏବଂ ଚଳଚ୍ଚିତ୍ର ଶୋ’ ସ୍ଥଗିତ ରହିବ । ପରିଦର୍ଶକମାନଙ୍କୁ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ ଏବଂ ଫେସ୍ କଭର କିମ୍ବା ମାସ୍କର ବ୍ୟବହାର ବାଧ୍ୟତାମୂଳକ । ପ୍ରବେଶ ପଥରେ ଥର୍ମାଲ୍ ସ୍କାନିଂ ବ୍ୟବସ୍ଥା ଏବଂ ହାତର ସ୍ୱଚ୍ଛତା ବାଧ୍ୟତାମୂଳକ | କେବଳ ଲକ୍ଷଣ ନଥିବା ବ୍ୟକ୍ତିଙ୍କୁ ପରିସର ଭିତରକୁ ଯିବାକୁ ଅନୁମତି ଦିଆଯିବ । କୌଣସି ଗୋଷ୍ଠୀ ଫଟୋଗ୍ରାଫି, ଖାଦ୍ୟ ଏବଂ ଖାଇବା ସାମଗ୍ରୀ ପରିସର ଭିତରେ ଅନୁମତି ଦିଆଯିବ ନାହିଁ ।

ABOUT THE AUTHOR

...view details