ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରରେ ଧାରା 370 ଉଚ୍ଛେଦ ପରେ ଘାଟିରେ ସ୍ଥିତି ଧିରେ ଧିରେ ସୁଧୁରିବାରେ ଲାଗିଛି । ରାଜ୍ୟରେ ଯୋଗାଯୋଗ ପ୍ରକ୍ରିୟା ଆରମ୍ଭ ହୋଇଛି। ଲ୍ୟାଣ୍ଡଲାଇନ ସେବା ସହ କୁପୱାଡା ଜିଲ୍ଲାରେ ମୋବାଇଲ ସେବା ଆରମ୍ଭ ହୋଇଥିବା ନେଇ ଜଣାଇଛି ପ୍ରଶାସନ।
ସୁଧୁରୁଛି ଘାଟିର ସ୍ଥିତି, କାର୍ଯ୍ୟକ୍ଷମ ହେଉଛି ଏଟିଏମ - କୁପଓ୍ବାଡା ଜିଲ୍ଲା
ଜାମ୍ମୁ ଓ କାଶ୍ମୀରରେ ଯୋଗାଯୋଗ ପ୍ରକ୍ରିୟା ସୁଧୁରୁଥିବା ବେଳେ ଏବେ ବିଭିନ୍ନ ବ୍ୟାଙ୍କ ଖୋଲିବା ସହ ଏଟିଏମ ସେବା ଆରମ୍ଭ ହୋଇଯାଇଛି। କାଶ୍ମୀରର କୁପୱାଡା ଜିଲ୍ଲାରେ ମୋବାଇଲ ସେବା ଆରମ୍ଭ ହୋଇଯାଇଛି।
ଏହା ସହିତ ଆହୁରି ମଧ୍ୟ କୁହାଯାଇଛି ଯେ, ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ବ୍ୟାଙ୍କ ଓ ଏଟିଏମ ସେବା କାର୍ଯ୍ୟକ୍ଷମ ହୋଇଛି। ଏହା ସହ ହସ୍ପିଟାଲ ଓ ଅନ୍ୟ ସ୍ବାସ୍ଥ୍ୟ ସଂସ୍ଥାକୁ ମଧ୍ୟ ଚାଲୁ କରାଆଯାଇଛି । ଯୋଗଯୋଗରେ ଦେଖା ଯାଉଥିବା ଅସୁବିଧାକୁ ଦୂର କରିବା ପାଇଁ 15ଟି ଇଣ୍ଟରନେଟ ଟର୍ମିନଲର ଅଧିକାରୀଙ୍କୁ ସେବା ଚାଲୁ କରିବା ପାଇଁ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି । ଘାଟିରେ ସମ୍ପୂର୍ଣ୍ଣ ଭାବେ ଟେଲିକମ ସେବା ଚାଲୁ ହେବା ନେଇ ରାଜ୍ୟପାଳ ଆଶ୍ବାସନ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟ ସମେତ ମାଧ୍ୟମିକ ଓ ହାଇସ୍କୁଲକୁ ମଧ୍ୟ ଖୋଲାଯାଇଛି। ତେବେ ବିଦ୍ୟାଳୟରେ ଶିକ୍ଷକଙ୍କ ଉପସ୍ଥାନ 75 ପ୍ରତିଶତ ରହୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ କିଛିମାତ୍ରାରେ କମ ରହୁଥିବା ଦେଖିବାକୁ ମିଳୁଛି।