ଓଡିଶା

odisha

ETV Bharat / bharat

ସୁରକ୍ଷିତ ଭାବେ ୟୁଏଇରେ ପହଞ୍ଚିଲା ରାଫେଲ, କାଲି ଭାରତ ଅଭିମୁଖେ ଭରିବ ଉଡାଣ

ସଂଯୁକ୍ତ ଆରବ ଏମିରେଟ୍ସର ଫ୍ରାନ୍ସର ଅଲ ଡାଫ୍ରା ଏୟାରବେସରେ ସୁରକ୍ଷିତ ଭାବରେ ସମସ୍ତ 5 ରାଫେଲ ବିମାନ ଅବତରଣ କରିଛନ୍ତି । ବିମାନକୁ ଫ୍ରାନ୍ସରୁ ସଂଯୁକ୍ତ ଆରବ ପହଞ୍ଚିବାକୁ 7 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା ।

ରାଫେଲ ବିମାନ
ରାଫେଲ ବିମାନ

By

Published : Jul 27, 2020, 8:24 PM IST

ନୂଆଦିଲ୍ଲୀ: ଆସୁଛି ମହାରକ୍ଷକ । ସରହଦରେ ଗର୍ଜିବ ସିିଂଘମ । ସୋମବାର ଫ୍ରାନ୍ସରୁ ଉଡାଣ ଭରିଥିବା 5 ରାଫେଲ ଯୁଦ୍ଧ ବିମାନ ସନ୍ଧ୍ୟାରେ ୟୁଏଇରେ ସୁରକ୍ଷିତ ଭାବେ ପହଞ୍ଚିଛି । ଚୀନ ସହ ଜାରି ବିବାଦ ମଧ୍ୟରେ ବିଶ୍ବର ସବୁଠାରୁ ଘାତକ ରାଫେଲ ଯୁଦ୍ଧ ବିମାନ ଭାରତ ପହଞ୍ଚିବାକୁ ଯାଉଛି ।

ତେବେ ସମସ୍ତ 5 ରାଫେଲ ବିମାନ ସଂଯୁକ୍ତ ଆରବ ଏମିରେଟ୍ସର ଫ୍ରାନ୍ସର ଅଲ ଡାଫ୍ରା ଏୟାରବେସରେ ସୁରକ୍ଷିତ ଭାବରେ ଅବତରଣ କରିଛନ୍ତି । ବିମାନକୁ ଫ୍ରାନ୍ସରୁ ସଂଯୁକ୍ତ ଆରବ ପହଞ୍ଚିବାକୁ 7 ଘଣ୍ଟାରୁ ଅଧିକ ସମୟ ଲାଗିଥିଲା । ଏହି ବିମାନ ଆଜି(ସୋମବାର) ଡାଫ୍ରା ଏୟାରବେସରେ ରହିବ ।

ଅଲ ଡାଫ୍ରା ଏୟାରବେସର ଦାୟିତ୍ବ ଫ୍ରାନ୍ସ ଏୟାରଫୋର୍ସ ଉପରେ ରହିଛି । ଏଠାରେ ରାଫେଲ ବିମାନଗୁଡ଼ିକର ଯାଞ୍ଚ ଏବଂ ଇନ୍ଧନ ଭରିବା କାର୍ଯ୍ୟ କରାଯିବ । ଏହାପରେ ଆସନ୍ତାକାଲି (ମଙ୍ଗଳବାର) ରାଫେଲ ଭାରତ ଅଭିମୁଖେ ଉଡାଣ ଭରିବ ଏବଂ ବୁଧବାର ହରିୟାଣାର ଅମ୍ବାଲାସ୍ଥିତ ବାୟୁସେନା ଷ୍ଟେସନରେ ଅବତରଣ କରିବ ।

ଗେମ ଚେଞ୍ଜର କୁହାଯାଉଥିବା 5ଟି ରାଫେଲ ଯୁଦ୍ଧ ବିମାନ ସୋମବାର ସକାଳୁ ଫ୍ରାନ୍ସରୁ ସଂଯୁକ୍ତ ଆରବ ଅଭିମୁଖେ ଉଡାଣ ଭରିଥିଲା । ଫ୍ରାନ୍ସର ମାରିଗନାକ୍ରୁ ଏହି ବିମାନ ଉଡ଼ାଣ ଭରିଥିଲା । ରାଫେଲ ବିମାନ ପାଇଁ ତାଲିମ ନେଇଥିବା ଭାରତୀୟ ବାୟୁସେନାର ପାଇଲଟମାନେ ଏହି ବିମାନକୁ ଉଡାଇ ଭାରତ ଆଣୁଛନ୍ତି ।

ABOUT THE AUTHOR

...view details