ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ୍: ଗୋଆରେ 14 ଜଣଙ୍କ ରିପୋର୍ଟ ନେଗେଟିଭ - କୋରୋନା ଅପଡେଟ୍

ଗୋଆରେ 14 ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଗୋଆ ମେଡିକାଲ ପଠାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍ ରାଣେ ସୂଚନା ଦେଇଛନ୍ତି ।

corona upadate
ଗୋଆରେ 14 ଜଣଙ୍କ ରିପୋର୍ଟ ନେଗେଟିଭ

By

Published : Apr 1, 2020, 9:54 AM IST

ପାଣାଜୀ: ଭାରତରେ ଦ୍ରୁତ ଗତିର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏହା ମଧ୍ୟରେ ସାମାନ୍ୟ ଆଶ୍ବସ୍ତି ମିଳିଛି । କାରଣ ଗୋଆରେ 14 ଜଣଙ୍କ ରକ୍ତ ନମୂନା ପରୀକ୍ଷା ପାଇଁ ଗୋଆ ମେଡିକାଲ ପଠାଯାଇଥିବା ବେଳେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍ ରାଣେ ସୂଚନା ଦେଇଛନ୍ତି । ଏଥିସହ ସେ କହିଛନ୍ତି ବୁଧବାର ଆଉ 25 ଜଣଙ୍କ ରକ୍ତ ନମୂନା କୋରୋନା ପରୀକ୍ଷା ପାଇଁ ଦିଆଯିବ ।

ତେବେ ଗୋଆ ମେଡିକାଲ କର୍ତ୍ତୃପକ୍ଷଙ୍କୁ ମଧ୍ୟ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ପାଇଁ ଧନ୍ୟବାଦ ଜଣାଇବା ସହ ମେଡିକାଲରେ ଭାଇରୋଲୋଜି ଲ୍ୟାବ ଗଠନ କରିବାକୁ ନେଇ ନିଜର ଖୁସି ବ୍ୟକ୍ତ କରିଛନ୍ତି ଗୋଆ ସ୍ବାସ୍ଥ୍ୟ ମନ୍ତ୍ରୀ ବିଶ୍ବଜିତ୍ ରାଣେ ।

ପ୍ରକାଶ ଥାଉକି, ଗୋଆରେ 5 ଜଣ କୋରୋନା ଚିହ୍ନଟ ହୋଇଥିବା ବେଳେ ଭାରତରେ ବର୍ତ୍ତମାନ ସୁଦ୍ଧା 1397 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡା ଭାରତରେ କୋରୋନା ମୃତ୍ୟୁ ସଂଖ୍ୟା 35ରେ ପହଞ୍ଚିଛି ।

ABOUT THE AUTHOR

...view details