ଓଡିଶା

odisha

ETV Bharat / bharat

ରାସ୍ତାରେ ପୋଷ୍ଟର ଲଗାଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ - ଅଲିରାଜପୁର ରାସ୍ତାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୋଷ୍ଟର

ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଜୋବଟ ସହରର ରାସ୍ତାରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୋଷ୍ଟରକୁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ପୋଲିସ ପୋଷ୍ଟର ଲଗାଇଥିବା ଅଜ୍ଞାତ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ତଦନ୍ତ ଜାରି ରଖିଛି । ଅଧିକ ପଢନ୍ତୁ...

Alirajpur: France President poster pasted on road in protest
ରାସ୍ତାରେ ପୋଷ୍ଟର ଲଗାଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

By

Published : Nov 1, 2020, 8:08 PM IST

ଭୋପାଳ: ରବିବାର ମଧ୍ୟପ୍ରଦେଶର ଅଲିରାଜପୁର ଜିଲ୍ଲାର ଜୋବଟ ସହରରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ଜେନ-ମାଇକେଲ ଫ୍ରେଡରିକ୍‌ ମାକ୍ରନଙ୍କ ପୋଷ୍ଟରକୁ ଅଜ୍ଞାତଙ୍କ ଦ୍ବାରା ରାସ୍ତାରେ ଲଗାଯାଇଥିବା ଦେଖିବାକୁ ମିଳିଛି । ତେବେ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଏକ ଧର୍ମଗୁରୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଯୋଗୁଁ ବିଶ୍ବର ବିଭିନ୍ନ ଅଞ୍ଚଳରେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ରାସ୍ତାରେ ପୋଷ୍ଟର ଲଗାଇ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ରବିବାର ଅଲିରାଜପୁର ଜିଲ୍ଲାର ଜୋବଟ ସହରର ବିଭିନ୍ନ ଗଳିକନ୍ଦିରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ପୋଷ୍ଟର ରାସ୍ତାରେ ଲଗାଯାଇଥିଲା । ତେବେ ଲୋକମାନେ ସକାଳ ସମୟରେ ରାସ୍ତାରେ ଚଳପ୍ରଚଳ ସମୟରେ ପୋଷ୍ଟରଗୁଡିକୁ ଦେଖି ପ୍ରଥମେ ଆଶ୍ଟର୍ଯ୍ୟ ହୋଇଯାଇଥିଲେ । ପ୍ରଥମେ କେହି ପୋଷ୍ଟରେ ଥିବା ବ୍ୟକ୍ତିଙ୍କ ପରିଚୟ ପାଇନଥିବା ବେଳେ ପରେ ସେ ଫ୍ରାନ୍ସର ରାଷ୍ଟ୍ରପତି ବୋଲି ଜାଣିପାରିଥିଲେ ।

ପରେ କିଛି ଲୋକ ଜୋବଟ ସହରର ପ୍ରଶାସନକୁ ଏ ସଂପର୍କରେ ଅବଗତ କରାଇଥିଲେ । ତେବେ ଖବର ପାଇବା ପରେ ପୋଲିସ, ତହସିଲଦାର ଏ ନଗର ପଞ୍ଚାୟତର କର୍ମଚାରୀମାନେ ସହରର ବିଭିନ୍ନ ସ୍ଥାନରେ ଲଗାଯାଇଥିବା ପୋଷ୍ଟରଗୁଡିକୁ ହଟାଇବା କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।

ତେବେ ପୂର୍ବରୁ ଫ୍ରାନ୍ସ ରାଷ୍ଟ୍ରପତି ଜଣେ ଧର୍ମଗୁରୁଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ଲାଗି ଏପରି କରାଯାଇ ଥାଇପାରେ ବୋଲି ସ୍ଥାନୀୟ ପ୍ରଶାସନ ସନ୍ଦେହ କରିଛି । ପୋଷ୍ଟର ଲଗାଇଥିବା ଅଜ୍ଞାତଙ୍କ ସଂପର୍କରେ ପୋଲିସ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।


ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details