ଓଡିଶା

odisha

ETV Bharat / bharat

ଆଲିଗଡ ସହରରେ ପ୍ରଥମ କୋରୋନା ପଜିଟିଭ ରିପୋର୍ଟ

ଆଲିଗଡ ସହର ପ୍ରଥମ କୋଭିଡ -19 ସକରାତ୍ମକ ମାମଲା ରିପୋର୍ଟ କରିଛି । ପଜିଟିଭ୍ ରିପୋର୍ଟ ଆସିଥିବା 22 ବର୍ଷୀୟ ବ୍ୟକ୍ତି ଫିରୋଜାବାଦର ବାସିନ୍ଦା । ସେ ଆଲିଗଡରେ ଏକ ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମାର୍ଚ୍ଚ 12ରେ ଆସିଥିଲେ । ଅଧିକ ପଢନ୍ତୁ..

Aligarh
ଆଲିଗଡ ସହରରେ ପ୍ରଥମ କୋରୋନା ପଜେଟିଭ ରିପୋର୍ଟ

By

Published : Apr 9, 2020, 10:35 PM IST

ଆଲିଗଡ: ଗୁରୁବାର ଆଲିଗଡ ସହର ପ୍ରଥମ କୋଭିଡ -19 ସକରାତ୍ମକ ମାମଲା ରିପୋର୍ଟ କରିଛି । ପଜିଟିଭ୍ ରିପୋର୍ଟ ଆସିଥିବା 22 ବର୍ଷୀୟ ବ୍ୟକ୍ତି ଫିରୋଜାବାଦର ବାସିନ୍ଦା । ସେ ଆଲିଗଡରେ ଏକ ଜମାତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମାର୍ଚ୍ଚ 12 ରେ ଆସିଥିଲେ ।

ଏହି କୋରୋନା ସଂକ୍ରମିତ ଯୁବକ କିନ୍ତୁ ଗତ ମାସରେ ଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଆୟୋଜିତ ହୋଇଥିବା ତବଲିଗୀ ଜମାତ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗ ଦେଇନଥିବା ସୂଚନା ରହିଛି ।

ଏହି ଘଟଣା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଚନ୍ଦ୍ର ଭୂଷଣ ସିଂ କହିଛନ୍ତି ଯେ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି । ଏବେ ତାଙ୍କର ଟ୍ରାଭେଲ ହିଷ୍ଟ୍ରିକୁ ଟ୍ରାକିଂ କରାଯାଉଛି ଏବଂ ଯେଉଁମାନେ ଏହି ସମୟ ମଧ୍ୟରେ ତାଙ୍କ ସହିତ ଯୋଗାଯୋଗ କରିଛନ୍ତି ସେମାନଙ୍କୁ କ୍ବାରେଣ୍ଟାଇନରେ ରଖାଯିବ ।

@IANSଇନପୁଟ

ABOUT THE AUTHOR

...view details