ଓଡିଶା

odisha

ETV Bharat / bharat

ହ୍ୟାଣ୍ଡ ସାନିଟାଇଜର ଉପରେ ଲାଗିବ 18% ଜିଏସଟି - alcohol-based-hand-sanitisers-to-attract-gst-of-18-percent

ଆମେ ବ୍ୟବହାର କରୁଥିବା ସାନିଟାଇଜର ଆଲକହଲ ବେସ୍‌ଡ ହୋଇଥିବାରୁ ଏହା ଉପରେ ସରକାର 18% ଜିଏସଟି ଲାଗୁ କରିବାକୁ ଯୋଜନା କରାଯାଉଛି । ଏହି ସାଇାଇଜରରେ ମୁଖ୍ୟ ଉପାଦାନ ଆଲକୋହଲ ରହିବା କାରଣରୁ ଏହି ସାନିଟାଇଜର ଉପରେ 18% ଜିଏସଟି ଲାଗୁ କରିବାକୁ ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର) ପକ୍ଷରୁ କୁହାଯାଇଛି ।

ସାନିଟାଇଜର ଉପରେ ଲାଗିବ 18% ଜିଏସଟି
ସାନିଟାଇଜର ଉପରେ ଲାଗିବ 18% ଜିଏସଟି

By

Published : Jul 15, 2020, 2:50 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀ ସ୍ଥିତି ଦିନକୁ ଦିନ ଦେଶରେ ବେକାବୁ ହେଉଥିବାବେଳେ ସଂକ୍ରମଣ ରୋକିବାକୁ ମାସ୍କ ଓ ସାନିଟାଇଜର ଜରୁରୀ ହୋଇପଡିଛି । ଯାହାର ଚାହିଦାକୁ ଦେଖି ଏହା ଉପରେ ଜିଏସଟି ଲାଗୁ କରିବାକୁ ଭାରତ ସରକାର ଚିନ୍ତା କରୁଥିବା ଜଣାପଡିଛି । ତେବେ ଆମେ ବ୍ୟବହାର କରୁଥିବା ସାନିଟାଇଜର ଆଲକହଲ ବେସ୍‌ଡ ହୋଇଥିବାରୁ ଏହା ଉପରେ ସରକାର 18% ଜିଏସଟି ଲାଗୁ କରିବାକୁ ଯୋଜନା କରାଯାଉଛି ।

ଏହି ସାଇାଇଜରରେ ମୁଖ୍ୟ ଉପାଦାନ ଆଲକୋହଲ ରହିବା କାରଣରୁ ଏହି ସାନିଟାଇଜର ଉପରେ 18% ଜିଏସଟି ଲାଗୁ କରିବାକୁ ଅଥରିଟି ଫର ଆଡଭାନ୍ସ ରୁଲିଂ(ଏଏଆର) ପକ୍ଷରୁ କୁହାଯାଇଛି । ଏହାକୁ ନେଇ ସ୍ପ୍ରିଙ୍ଗଫିଲ୍ଡ ଇଣ୍ଡିଆ ଡିଷ୍ଟିଲେରୀ(Springfield India Distilleries) ନାମକ ଏକ କମ୍ପାନୀ ଗୋଆରେ ଥିବା ଏଏଆର(AAR) ବେଞ୍ଚର ଦ୍ବାରସ୍ଥ ହୋଇ ଯୋଗାଇ ଦିଆଯାଉଥିବା ହ୍ୟାଣ୍ଡ ସାନିଟାଇଜର ଗୁଡିକର ବର୍ଗୀକରଣ ଉପରେ ସ୍ପଷ୍ଟୀକରଣ ମାଗିଥିଲେ ।

ଏହାସହ ଖାଉଟି ଓ ବ୍ୟାପାର କଲ୍ୟାଣ ମନ୍ତ୍ରଣାଳୟ ହ୍ୟାଣ୍ଡ ସାନିଟାଇଜରକୁ ଏକ ଜରୁରୀ ସାମଗ୍ରୀ ଭାବେ ବର୍ଗୀକୃତ କରିଥିବାବେଳେ ଏହା ଉପରେ ସାନିଟାଇଜରମାନଙ୍କୁ ଜିଏଟି ଲାଗୁ ହେବାରୁ ବାଦ୍ ପଡିବ କି ନାହିଁ ଜାଣିବା ପାଇଁ ଦ୍ବାରସ୍ଥ ହୋଇଥିଲା । ଯାହାର ଜବାବରେ ପ୍ରାଧିକରଣ କହିଛନ୍ତି, ଆବେଦନକାରୀଙ୍କ ଦ୍ବାରା ନିର୍ମିତ ହ୍ୟାଣ୍ଡ ସାନିଟାଇଜର ଆଲକୋହଲ ଭିତ୍ତିକ ସାନିଟାଇଜର ବର୍ଗର । ତେଣୁ HSN ର 3808 ଶୀର୍ଷକ ଅନୁଯାୟୀ ଏହାର ବର୍ଗୀକରଣ କରାଯାଇଛି । ଯାହା ଉପରେ 18 ପ୍ରତିଶତ ଜିଏସଟି ଲାଗିପାରିବ ।

ABOUT THE AUTHOR

...view details