ଶ୍ରୀନଗର: ଉତ୍ତରାଖଣ୍ଡ ଦେଇ ପ୍ରବାହିତ ହୋଇଥିବା ଅଳକାନନ୍ଦା ନଦୀରେ ବନ୍ୟା ଏବେ କରାଳ ରୂପ ନେଉଛି । ରାଜ୍ୟର ଏହି ପ୍ରମୁଖ ନଦୀରେ ପାଣି ବିପଦ ସଂକେତ ଉପରେ ପ୍ରବାହିତ ହେଉଥିବା ବେଳେ ଅନେକ ସ୍ଥାନରେ କୂଳ ଲଂଘିଛି । ଫଳରେ ଅନେକ ସ୍ଥାନରେ ବନ୍ୟା ସ୍ଥିତି ସୃଷ୍ଟି ହେଇଛି । ସେପଟେ ଅଳକାନନ୍ଦାରେ ଜଣେ ଯୁବକ ଭାସି ଯାଇଥିବାର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଘଟିଛି ଶ୍ରୀନଗର ଗଢଓ୍ବାଲ ଠାରୁ ଦୂର ଫରାସୁ ଅଞ୍ଚଳରେ ।
ବନ୍ୟାପାଣିରେ ଭାସିଗଲେ ଯୁବକ - FLOOD IN UTTRAKHANDA
ଭାସିଗଲେ ଯୁବକ । ଅଳକାନନ୍ଦାରେ ଜଣେ ଯୁବକ ଭାସିଯାଇଥିବାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ରାଜ୍ୟରେ କରାଳ ରୂପ ନେଉଛି ଅଳକାନନ୍ଦାର ବନ୍ୟା ସ୍ଥିତି ।
![ବନ୍ୟାପାଣିରେ ଭାସିଗଲେ ଯୁବକ](https://etvbharatimages.akamaized.net/etvbharat/prod-images/768-512-4094679-thumbnail-3x2-alakananda.jpg)
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
ଅଳକାନନ୍ଦାର ବନ୍ୟା ଜଳରେ ଭାସିଯାଉଥିବାର ଦୃଶ୍ୟ
ଭାଇରାଲ ହୋଇଥିବା ଭିଡ଼ିଓରେ ଫରାସୁ ନିକଟରେ ଅଳକାନନ୍ଦା ନଦୀ କୂଳ ଲଂଘୁଥିବାର ଦେଖାଯାଇଛି । ସେପଟେ ପୋଲ ଉପରେ ଜଣେ ଯୁବକ ବନ୍ଦ ଥିବା ଜାତୀୟ ରାଜପଥ 58 ଖୋଲିବା ନେଇ ଅପେକ୍ଷା କରିଥିଲେ । ଏହି ସମୟରେ ପାହାଡ଼ରୁ ଏକ ପଥର ଖସିଥିଲା । ଯାହାକୁ ଦେଖି ଉକ୍ତ ଯୁବକ ଜଣକ ଡରି ଯାଇଥିଲେ ଓ ପୋଲ ତଳକୁ ଖସି ପଡ଼ିଥିଲେ ।
ପୋଲ ଉପରୁ ଖସି ପଡ଼ି ଅଳକାନନ୍ଦା କୂଳରେ ଥିବା ଏକ କାଠଗଣ୍ଡିକୁ ଧରି ଆଶ୍ରା ନେଇଥିଲେ । ମାତ୍ର କୂଳରେ ଏକ କାଠ ଗଣ୍ଡିରେ ଜଣେ ଯୁବକ ଆଶ୍ରୟ ନେଇଥିବା ବେଳେ ଅଳକାନନ୍ଦା ଉକ୍ତ ଯୁବକଙ୍କୁ ଭସାଇ ନେଉଥିବା ଦେଖିବାକୁ ମିଳିଛି ।