ଓଡିଶା

odisha

ETV Bharat / bharat

ଦୁଷ୍କର୍ମକାରୀକୁ ଦିଆଯିବ ନପୁଂସକ ଇଞ୍ଜେକ୍ସନ - newyork

ଦୁଷ୍କର୍ମକୁ ରୋକିବାକୁ ନୂଆ ପ୍ରୟାସ । ଦୋଷୀକୁ ଦିଆଯିବ ନପୁଂସକ ହେବାର ଇଞ୍ଜେକ୍ସନ ।

ପ୍ରତିକାତ୍ମକ ଫଟୋ

By

Published : Jun 13, 2019, 2:47 PM IST

ନୂଆଦିଲ୍ଲୀ: ଆମେରିକାର ଅଲବାମା ରାଜ୍ୟରେ ଏବେ ଦୁଷ୍କର୍ମକାରୀ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏହି ରାଜ୍ୟରେ ଯୌନ ଶୋଷଣ କରୁଥିବା ଦୋଷୀକୁ ନପୁଂସକ ହେବାର ଇଞ୍ଜେକସନ ଓ ଔଷଧ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ଅଲବାମାର ଗଭର୍ଣ୍ଣର କାୟ ଇବେ ।

କେମିକାଲ କେଷ୍ଟ୍ରେସନ କାନୁନରେ 13 ବର୍ଷରୁ କମ ବୟସର ନାବାଳିକା ବିରୋଧରେ ଯଦି ଯୌନ ଶୋଷଣର ଅଭିଯୋଗ ଆସେ ତେବେ ଦୋଷୀଙ୍କୁ ନପୁଂସକ ହେବାର ଇଞ୍ଜେକ୍ସନ ଦିଆଯିବ ।

ସୂଚନାମୂତାବକ, ଯେଉଁ ବ୍ୟକ୍ତି ଦୋଷୀ ଭାବେ ଜଣାଯାଏ ସେ ନିଜେ ଏହି ଔଷଧ କିଣି କରି ଆଣିବ । ଆଉ ଦୋଷୀ କେତେ ପରିମାଣର ଔଷଧ ଖାଇବ ତାହାର ନିଷ୍ପତ୍ତି ଜର୍ଜ କରିବେ । ଅଲବାମାର ଦୁଇଟି ସଦନରେ ଏହା ଲାଗୁ କରାଯାଇଛି । ଏହି ଆଇନ ସେହି ଲୋକଙ୍କ ଉପରେ ଲାଗୁ ହେବ ଯେଉଁମାନେ 2019 ସେପ୍ଟେମ୍ବର 1 ତାରିଖ ପରଠାରୁ ନିଜ ଦୋଷ ସ୍ବୀକାର କରିବେ ।

ଏହି ଇଞ୍ଜେକସନ ଅପରାଧୀ ଶରୀରରେ ଟେଷ୍ଟୋଷ୍ଟେରୋନକୁ ତିଆରି ହେବାରେ ବାଧକ ସାଜିବ । ଜେଲରୁ ମୁକ୍ତି ହେବା ପୂର୍ବରୁ ଏହି ମେଡିସିନକୁ ଶେଷ କରିବାକୁ ପଡିବ । ଆଉ ମେଡିସିନକୁ କେବେ ରୋକିବାକୁ ହେବ ଏହା ଜର୍ଜ ନିଷ୍ପତ୍ତି କରିବେ । ଆଉ ଯେଉଁ ଦୋଷୀ ଏହକୁ ନେବା ପାଇଁ ମନା କରିବ ତାକୁ ଜେଲରୁ କେବେବି ମୁକ୍ତି ଦିଆଯିବ ନାହିଁ ।

ଅଲବାମା ବ୍ୟତୀତ ୟୁଏଏସର 7ଟି ରାଜ୍ୟରେ କେମିକାଲ କେଷ୍ଟ୍ରେସନକୁ ଦୁଷ୍କର୍ମକାରୀକୁ ଦିଆଯାଉଛି । ଲୁସିୟାନା ଓ ଫ୍ଲୋରିଡାରେ ଏହାର ବ୍ୟବାହର କରାଯାଉଛି । ଏହାବ୍ୟତୀତ ଏଭଳି ଦଣ୍ଡ ଦକ୍ଷିଣ କୋରିୟା ଓ ଇଣ୍ଡୋନେସିଆରେ ଦିଆଯାଇଥାଏ ।

For All Latest Updates

ABOUT THE AUTHOR

...view details