ଓଡିଶା

odisha

ETV Bharat / bharat

2022 ନିର୍ବାଚନ ପାଇଁ ଅଖିଳେଶଙ୍କ ସଜବାଜ, ଲଞ୍ଚ କଲେ ‘BICYCLE TV’ - ୟୁଟ୍ୟୁବ୍ ଚ୍ୟାନେଲ

ଉତ୍ତରପ୍ରଦେଶରେ 2022 ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ହେଉଛି ସମାଜବାଦୀ ପାର୍ଟି । ଏଥିପାଇଁ ଆରମ୍ଭ ହୋଇଛି ପ୍ରଚାର ପ୍ରସାର ।

2022 ନିର୍ବାଚନ ପାଇଁ ଅଖିଳେଶଙ୍କ ସଜବାଜ, ଆରମ୍ଭ କଲେ ୟୁଟ୍ୟୁବ୍ ଚ୍ୟାନେଲ
2022 ନିର୍ବାଚନ ପାଇଁ ଅଖିଳେଶଙ୍କ ସଜବାଜ, ଆରମ୍ଭ କଲେ ୟୁଟ୍ୟୁବ୍ ଚ୍ୟାନେଲ

By

Published : Sep 1, 2020, 4:54 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ 2022 ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛି ସମାଜବାଦୀ ପାର୍ଟି । ଏଥିପାଇଁ ଆରମ୍ଭ ହୋଇଛି ପ୍ରଚାର ପ୍ରସାର । କୋରୋନା ସମୟରେ ରାଜନୈତିକ ଦଳ ବଡ କାର୍ଯ୍ୟକ୍ରମ ତଥା ସମାବେଶ ଆୟୋଜନ କରିବାରେ ଅସମର୍ଥ ଥିବାରୁ ଏଥର ଡିଜିଟାଲ ବିକଳ୍ପ ଚୟନ କରିଛନ୍ତି । ବର୍ତ୍ତମାନ ସମାଜବାଦୀ ପାର୍ଟି ମଧ୍ୟ ଡିଜିଟାଲ ଆଡକୁ ଦି ପାଦ ଆଗକୁ ନେଇ ୟୁଟ୍ୟୁବ ଚ୍ୟାନେଲ ଖୋଲିଛି । ଦଳର ୟୁଟ୍ୟୁବ ଚ୍ୟାନେଲ ନାଁ ରହିଛି ‘BICYCLE TV ’।

2022 ନିର୍ବାଚନ ପାଇଁ ଅଖିଳେଶଙ୍କ ସଜବାଜ, ଆରମ୍ଭ କଲେ ୟୁଟ୍ୟୁବ୍ ଚ୍ୟାନେଲ

କୋରୋନା ସମୟରେ ଲୋକଙ୍କ ଜୀବନଶୈଳୀରେ ପରିବର୍ତ୍ତନ ହୋଇଥିବାବେଳେ ରାଜନୈତିକ ଦଳ ଗୁଡିକ ମଧ୍ୟ ଜନସାଧାରଣଙ୍କ ସହ ସିଧାସଳଖ ଜଡିତ ହେବାର ଉପାୟ ଖୋଜୁଛନ୍ତି । ଲୋକଙ୍କ ନିକଟରେ ପହଞ୍ଚିବା ପାଇଁ ଏସପି ମୁଖ୍ୟ ଅଖିଳେଶ ଯାଦବ ଡିଜିଟାଲ୍ ଉପାୟ ଚୟନ କରିଛନ୍ତି । ଦଳ ବର୍ତ୍ତମାନ ପ୍ରଚାର ସାମଗ୍ରୀ ସହିତ ଭିଡିଓ ଓ ଅଡିଓ ମାଧ୍ୟମରେ ବିଜେପି ସରକାର ଉପରେ ଆକ୍ରମଣ କରିବାରେ ବ୍ୟସ୍ତ । ଏସପିର ପ୍ରାୟ 12ରୁ ଉର୍ଦ୍ଧ୍ବ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇ ‘BICYCLE TV’ରେ ଅପଲୋଡ୍ ହୋଇଛି । ଏହି ଭିଡିଓ ଗୁଡିକ ମାଧ୍ୟମରେ ଅଖିଳେଶ ତାଙ୍କ ସରକାର ସମୟରେ ହୋଇଥିବା ସଫଳତା ଓ ବିଜେପି ସରକାରଙ୍କ ବିଫଳତାକୁ ଦର୍ଶାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details