ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ମାୟାବତୀ ଏକାକୀ ଉପନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେବା ପରେ ଜୋର ଧରିଛି ରାଜନୀତି । ସପା-ବସପା ମେଣ୍ଟର ଏକ୍ସପ୍ୟାରୀ ଆଉ ଅଳ୍ପଦିନ ବୋଲି ଚର୍ଚ୍ଚା ହେଉଛି । କାହିଁକିନା ସାଧାରଣ ନିର୍ବାଚନରେ ମୋଦି ମ୍ୟାଜିକ ଆଗରେ ଫିକା ପଡିଗଲା ମେଣ୍ଟ । ଅନ୍ୟପଟେ ମାୟବତୀଙ୍କ ଏପରି ନିଷ୍ପତ୍ତି ନେଇ ପ୍ରତିକ୍ରିୟା ରଖିଛନ୍ତି ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ।
ଅଖିଳେଶ କହିଛନ୍ତି, ମାୟାବତୀଙ୍କ ନିଷ୍ପତ୍ତି ନେଇ ମୁଁ କିଛି ଜାଣିନାହିଁ । ଦିଲ୍ଲୀରେ ମାୟାବତୀ ଏପରି ନିଷ୍ପତ୍ତି ନେବାବେଳେ ମୁଁ ଅଜମଗଡରେ ଥିଲି ।
ଆଗକୁ ଉତ୍ତରପ୍ରଦେଶର 11 ବିଧାନସଭା ଆସନରେ ଉପନିର୍ବାଚନ ହେବ । କାହିଁକି ନା ଏଠିକାର 11 ବିଧାୟକ ଏବେ ସାଂସଦ ଭାବରେ ନିର୍ବାଚନ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବିଜେପିର 9 ଏବଂ ସପା-ବସପାର ଜଣେ ଲେଖାଁଏ ବିଧାୟକ ରହିଥିଲେ । ତେବେ ଏହି ସବୁ ଆସନରେ ମେଣ୍ଟ କରି ନୁହେଁ, ବରଂ ଏକାକୀ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛନ୍ତି ବସପା ସୁପ୍ରିମୋ ମାୟାବତୀ । ଯାହାପରେ ମେଣ୍ଟର ଭବିଷ୍ୟତକୁ ନେଇ ଉଠିଛି ପ୍ରଶ୍ନ ।