ଓଡିଶା

odisha

ETV Bharat / bharat

ଲଖୀମପୁର ଗଣଦୁଷ୍କର୍ମ: ବିଜେପି ରାଜରେ ବଢିଚାଲିଛି ନିର୍ଯ୍ୟାତନା, ଅଭିଯୋଗ କଲେ ଅଖିଳେଶ - akhilesh yadav on lakhimpur gangrape

ଲଖୀମପୁର ଖେରୀରେ ଜଣେ ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ୟୁପିରେ ବିଜେପି ଶାସନରେ ବାଳିକା ଓ ମହିଳାଙ୍କୁ ନିର୍ଯାତନା ବୃଦ୍ଧି ପାଇଛି ।

akhilesh yadav
ଲଖୀମପୁର ଗଣଦୁଷ୍କର୍ମ

By

Published : Aug 16, 2020, 2:06 PM IST

ଲକ୍ଷ୍ନୌ: ଲଖୀମପୁର ଖେରୀରେ ଜଣେ ଦଳିତ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ୟୁପିରେ ବିଜେପି ଶାସନରେ ବାଳିକା ଓ ମହିଳାଙ୍କୁ ନିର୍ଯାତନା ବୃଦ୍ଧି ପାଇଛି । ଅଖିଳେଶ ଯାଦବ ଟ୍ବିଟ କରି କହିଛନ୍ତି, ‘ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ଜଣେ ନାବିଳାକଙ୍କୁ ଦୁଷ୍କର୍ମ କରିବା ପରେ ନିର୍ଦ୍ଦୟ ଭାବେ ହତ୍ୟା କରିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା। ବିଜେପି ଯୁଗରେ ଉତ୍ତରପ୍ରଦେଶ ବାଳିକା ଓ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ଚରମ ସୀମାରେ ପହଞ୍ଚିଛି ’ ।

ଯୋଗୀ ଆଦିତ୍ୟନାଥ ସରକାରଙ୍କ ଉପରେ ଅଭିଯୋଗ କରିଛନ୍ତି ଯେ ଦୁଷ୍କର୍ମ ଓ ଅପହରଣ ଭଳି ମାମଲା ବିଜେପି ସପକ୍ଷରେ ହେଉଛି। ସେ ଆହୁରି ମଧ୍ୟ ଟ୍ବିଟ୍ କରି କହିଛନ୍ତି, ‘ଦୁଷ୍କର୍ମ, ଅପହରଣ, ଅପରାଧ ଓ ହତ୍ୟା ମାମଲାରେ ବିଜେପି ସରକାର ପକ୍ଷକାରୀ କାହିଁକି ହୋଇ ଆସୁଛି ?’। ପ୍ରକାଶଥାଉକି, ଲଖୀମପୁର ଖେରୀରେ ଶୌଚ ହେବାକୁ ଯାଉଥିବା ଜଣେ ଛାତ୍ରୀକୁ କିଛି ଯୁବକ ଉଠେଇ ନେଇ ଗଣଦୁଷ୍କର୍ମ କରିବା ସହ ହତ୍ୟା କରିଛନ୍ତି । ଏହାସହ ଛାତ୍ରୀର ବେକରେ ରଶି ଲଗାଇ ଟାଣିବା ସହ ଆଖି ତାଡି ନେଇଥିଲେ ଓ ଜିଭ କାଟିଦେଇଥିଲେ । ତେବେ ଜିଭ କାଟିନେବା ଓ ଆଖି ତାଡିବା ଘଟଣାକୁ ପୋଲିସ ସ୍ବୀକାର କରିଛି । ପୋଲିସ ଏହି ମାମଲାରେ 2 ଜଣଙ୍କୁ ଗିରଫ କରିଛି । ଓ ଏନଏସଏ ଅଧିନରେ ମାମଲା ରୁଜୁ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ବିଏସପି ଅଧ୍ୟକ୍ଷ ମାୟାବତୀ ଉତ୍ତରପ୍ରଦେଶ ସରକାର ଓ ପୂର୍ବତନ ଅଖିଳେଶ ସରକାର ଉପରେ ମଧ୍ୟ ଆକ୍ରମଣ କରିଛନ୍ତି। ମାୟାବତୀ କହିଛନ୍ତି ଯେ ଲଖୀମପୁର ଖେରୀରେ ଜଣେ ଦଳିତ ନାବାଳିକାଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ନିର୍ଦ୍ଦୟ ଭାବେ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ ଓ ଲଜ୍ଜାଜନକ। ଏସପି ଓ ବର୍ତ୍ତମାନର ବିଜେପି ସରକାରରେ ଏଭଳି ଘଟଣା ମଧ୍ୟରେ ପାର୍ଥକ୍ୟ କ’ଣ ଥିଲା ବୋଲି ବିଏସପି ପ୍ରଶ୍ନ କରିଛି।

ABOUT THE AUTHOR

...view details