ଲକ୍ଷ୍ନୌ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି । ତାଲଗ୍ରାମ ଓ ତିର୍ଭା ମଧ୍ୟବର୍ତ୍ତୀ ଲକ୍ଷ୍ନୌ ଆଗ୍ରା ଏକ୍ପପ୍ରେସର ଜଣେ ଗମ୍ଭୀର ଭାବରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଛନ୍ତି ।
ସୂଚନା ଯେ, କନୌଜର ଛିବ୍ରାମାଉ ଥାନା ଅନ୍ତର୍ଗତ ରଣାଦେରପୁର ନିବାସୀ ରଣଜିତଙ୍କ ପୁଅ ଜଗମୋହନ ଶର୍ମ ଅଟନ୍ତି । ସେ ମଙ୍ଗଳବାର ଲକ୍ଷ୍ନୌ- ଆଗ୍ରା ଏକ୍ସପ୍ରେସୱେରେ ତାଲାଗ୍ରାମ ତିରୱା ମଧ୍ୟରେ ଥିବା ଏକ୍ସପ୍ରେସୱେରେ ସଡ଼କ ଦୁର୍ଘଟଣାର ଶିକାର ହୋଇଥିଲେ । ଆହତ ଯୁବକଙ୍କ ଅବସ୍ଥା ଦେଖି ଅଖିଳେଶ ତାଙ୍କୁ ଡାକ୍ତରଖାନା ପଠାଇଥିଲେ। ସାଇଫାଇରେ ହୋଲି ମିଳନ ଉତ୍ସବରେ ଯୋଗଦେବା ପରେ ଲକ୍ଷ୍ନୌକୁ ଫେରୁଥିବା ଏସପି ସୁପ୍ରିମୋ ଅଖିଲେଶ ଯାଦବ ଯୁବକଙ୍କୁ ରାସ୍ତାରେ ଗମ୍ଭୀର ଅବସ୍ଥାରେ ରହିଥିବା ଦେଖି ତୁରନ୍ତ ଗାଡି ଅଟକାଇ ତାଙ୍କୁ ହସ୍ପିଟାଲରେ ପହଞ୍ଚାଇବା ବନ୍ଦୋବସ୍ତ କରିଥିଲେ ।