ଓଡିଶା

odisha

ETV Bharat / bharat

ସରକାରୀ ଆଶ୍ରୟ ଗୃହରେ ନାବାଳିକାଙ୍କୁ ନିର୍ଯାତନା, ତଦନ୍ତ ଦାବି କଲେ ଅଖିଳେଶ ଯାଦବ

କାନପୁରର ଏକ ସରକାରୀ ଆଶ୍ରୟ ଗୃହରେ 5ଜଣ ନାବାଳିକାଙ୍କ ଗର୍ଭବତୀ ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନାବାଳିକାଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗରେ କିଏ ସମ୍ପୃକ୍ତ ଥିଲା, ତା’ର ତୁରନ୍ତ ତଦନ୍ତ କରାଯିବା ଉଚିତ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର ଦାବି କରିଛନ୍ତି । ଅଧିକ ପଢନ୍ତୁ...

ସରକାରୀ ଆଶ୍ରୟ ଗୃହରେ ନାବାଳିକାଙ୍କୁ ନିର୍ଯ୍ୟାତନା, ତଦନ୍ତ ଦାବି କଲେ ଅଖିଲେଶ ଯାଦବ
ସରକାରୀ ଆଶ୍ରୟ ଗୃହରେ ନାବାଳିକାଙ୍କୁ ନିର୍ଯ୍ୟାତନା, ତଦନ୍ତ ଦାବି କଲେ ଅଖିଲେଶ ଯାଦବ

By

Published : Jun 22, 2020, 4:39 PM IST

ଲକ୍ଷ୍ନୌ: କାନପୁରର ଏକ ସରକାରୀ ଆଶ୍ରୟ ଗୃହରେ 5ଜଣ ନାବାଳିକାଙ୍କ ଗର୍ଭବତୀ ହେବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ନାବାଳିକାଙ୍କୁ ଶାରୀରିକ ନିର୍ଯାତନା ଅଭିଯୋଗରେ କିଏ ସମ୍ପୃକ୍ତ ଥିଲା, ତା’ର ତୁରନ୍ତ ତଦନ୍ତ କରାଯିବା ଉଚିତ ବୋଲି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସୋମବାର ଦାବି କରିଛନ୍ତି । ସେଥିମଧ୍ୟରୁ 57 ଜଣ କୋରୋନା ଏବଂ ଜଣେ ଏଡସ୍ ରୋଗରେ ପୀଡିତ ଥିବା ଜଣାପଡିଛି।

ଶାରୀରିକ ନିର୍ଯାତନା ସହ ଜଡିତ ଥିବା ବ୍ୟକ୍ତିଙ୍କ ବିରୋଧରେ ସରକାର ତୁରନ୍ତ ତଦନ୍ତ ଆରମ୍ଭ କରିବା ଉଚିତ ବୋଲି ଯାଦବ ଟ୍ୱିଟ୍ କରିଛନ୍ତି । ତେବେ ଏହି ଖବର ଆସିବା ପରେ ରାଜ୍ୟରେ ଅସନ୍ତୋଷ ବ୍ୟାପୁଛି ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହାପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟ ବିଆର ତିୱାରୀ କହିଥିଲେ ଯେ, ସରକାରୀ ଚାଳିତ ଆଶ୍ରୟ ଗୃହରେ 57 ଜଣ ବାଳିକା COVID-19 ପଜିଟିଭ ମଧ୍ୟରୁ ପାଞ୍ଚ ଜଣ ଗର୍ଭବତୀ ଥିଲେ। ସେମାନଙ୍କ ଚିକିତ୍ସା ପାଇଁ ଏବେ ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ରାଜ୍ୟରେ 17,731 COVID-19 ମାମଲା ରିପୋର୍ଟ ହୋଇଥିବା ବେଳେ ଯେଉଁଥିରେ 550 ମୃତ୍ୟୁ, 10,995 ସୁସ୍ଥ ଏବଂ 6,186 ସକ୍ରିୟ ମାମଲା ରହିଛି।

@ANI

ABOUT THE AUTHOR

...view details