ଓଡିଶା

odisha

ETV Bharat / bharat

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ହିଂସା ଜାରି: ମାୟାବତୀ-ଅଖିଳେଶଙ୍କ ଟାର୍ଗେଟରେ ମୋଦି ସରକାର - ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ହିଂସା

ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ସାରା ଦେଶରେ ଲାଗି ରହିଛି ହିଂସା । ଏହି ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବ ।

akhilesh yadav
ଫାଇଲ ଫଟୋ

By

Published : Dec 16, 2019, 12:05 PM IST

ଲକ୍ଷ୍ନୌ: ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ସାରା ଦେଶରେ ଲାଗିରହିଛି ଉତ୍ତେଜନାମୂଳକ ମାହୋଲ । ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରଦର୍ଶନକାରୀ । ବିଭିନ୍ନ ଅଞ୍ଚଳରେ ଆକ୍ରୋଶର ନିଆଁ ଜଳାଇବା ସହ ପଥରମାଡ ମଧ୍ୟ କରୁଛନ୍ତି ସେମାନେ। ଏପରିକି ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ମଧ୍ୟ ଦେଖିବାକୁ ମିଳୁଛି ।

ଫଟୋ ସୌଜନ୍ୟ: ଟ୍ବିଟର

ରାଜଧାନୀ ଦିଲ୍ଲୀ, ଉତ୍ତର ଭାରତ ସମେତ ବିହାର ଏବଂ ମଧ୍ୟପ୍ରଦେଶର ଭିନ୍ନ ଭିନ୍ନ ଅଞ୍ଚଳରେ ଆନ୍ଦୋଳନ ତୀବ୍ର ହେଉଛି । ସେପଟେ ହିଂସାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶ ସରକାର ରାଜ୍ୟର ଅନେକ ଜିଲ୍ଲାରେ ଧାରା 144 ଲାଗୁ କରିଛନ୍ତି । ଏହି ହିଂସାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବ ।

ଫଟୋ ସୌଜନ୍ୟ: ଟ୍ବିଟର

ଏନେଇ ମାୟାବତୀ ଟ୍ବିଟ କରି କହିଛନ୍ତି, ନାରରିକତ୍ବ ସଂଶୋଧନ ଆଇନ ବିରୋଧରେ ହେଉଥିବା ହିଂସାରେ ପ୍ରଥମେ ଉତ୍ତର ପ୍ରଦେଶର ଅଲିଗଢ, ପରେ ଜାମିଆ ବିଶ୍ବ ବିଦ୍ୟାଳୟ ଏବଂ ଜାମିଆ କ୍ଷେତ୍ରର ଅନେକ ନିର୍ଦ୍ଦୋଷ ଛାତ୍ର ଏବଂ ସାଧାରଣ ଲୋକ ହିଂସାର ଶିକାର ହେଉଛନ୍ତି । ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଏନେଇ ଉତ୍ତର ପ୍ରଦେଶ ସରକାର ଏବଂ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ତଦନ୍ତ କରି ଅସଲି ଦୋଷୀକୁ ଦଣ୍ଡ ଦେବା ଉଚିତ ବୋଲି ସେ କହିଛନ୍ତି । ଏହା ସହିତ ଶାନ୍ତି ବଜାୟ ରଖିବା ପାଇଁ ସମସ୍ତ ସମ୍ପ୍ରଦାୟକୁ ଅପିଲ କରିଛନ୍ତି ମାୟାବତୀ ।

ଫଟୋ ସୌଜନ୍ୟ: ଟ୍ବିଟର

ସେହିପରି ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏଭଳି ହିଂସାକୁ କଡା ନିନ୍ଦା କରିଛନ୍ତି । ସେ କହିଛନ୍ତି, ଜାମିଆ ମିଲିୟାରେ ଯେଉଁଭଳି ହିଂସା ହେଉଛି ଏବଂ ବିଦ୍ୟାର୍ଥୀ ଏବେ ମଧ୍ୟ ଏହି ହିଂସା ଯୋଗୁଁ ଫସି ରହିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ । ପୁରା ଦେଶକୁ ହିଂସାରେ ଜାଳିଦେବା ଅସଲି ଗୁଜୁରାଟ ମଡେଲ କି ବୋଲି ମୋଦି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ସେ ।

ABOUT THE AUTHOR

...view details