ଓଡିଶା

odisha

ETV Bharat / bharat

ଚୀନ-ଭାରତ ସଂଘର୍ଷରେ ଯବାନ ଶହୀଦ: ସରକାରଙ୍କୁ ବିରୋଧୀ ମାଗିଲେ ସ୍ପଷ୍ଟୀକରଣ - akhilesh and owaisi reaction

ସୋମବାର ବିଳମ୍ବିତ ରାତିରେ ଗାଲୱାନ ଉପତ୍ୟକା ନିକଟରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଜଣେ ଭାରତୀୟ ସେନା ଅଧିକାରୀ ଓ 2 ଯବାନ ଶହୀଦ ହୋଇଛନ୍ତି। ଏହାକୁ ନେଇ ବିରୋଧି ପ୍ରଶ୍ନ ଉଠାଇଛନ୍ତି ।

galwan soldiers martyred
ଚୀନ-ଭାରତ ସଂଘର୍ଷରେ ଯବାନ ଶହୀଦ

By

Published : Jun 16, 2020, 3:44 PM IST

ନୂଆଦିଲ୍ଲୀ: ସୋମବାର ବିଳମ୍ବିତ ରାତିରେ ଗାଲୱାନ ଉପତ୍ୟକା ନିକଟରେ ଭାରତ ଓ ଚୀନ ଯବାନଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଏହି ସଂଘର୍ଷରେ ଜଣେ ଭାରତୀୟ ସେନା ଅଧିକାରୀ ଓ 2 ଯବାନ ଶହୀଦ ହୋଇଛନ୍ତି। ଦୀର୍ଘ ଦିନ ଧରି ଲଦାଖରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏହି ମାମଲା ବର୍ତ୍ତମାନ ଗୁରୁତର ହେବାରେ ଲାଗିଛି। ଏହି ଖବର ପରେ ବିରୋଧୀଙ୍କ ଦ୍ବାରା ପ୍ରଶ୍ନ ଉଠିଛି ଓ ପରିସ୍ଥିତିକୁ ସ୍ପଷ୍ଟ କରିବାକୁ ସରକାରଙ୍କୁ କୁହାଯାଇଛି।

ଆଜି(ମଙ୍ଗଳବାର) ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଲେଖିଛନ୍ତି , ‘ଗାଲୱାନ ଉପତ୍ୟକା, ଲଦାଖରୁ ଚୀନ ଏନକାଉଣ୍ଟରରେ ଆମର କମାଣ୍ଡିଂ ଅଫିସରଙ୍କ ସହ 2 ଯବାନଙ୍କ ଶହୀଦ ହେବା ଖବର ମିଳିଛି । ଭାରତ-ଚୀନ ସୀମାରେ ପ୍ରକୃତ ପରିସ୍ଥିତିକୁ ସରକାର ସ୍ପଷ୍ଟ କରିବେ ବୋଲି ଆଶା କରାଯାଉଛି ’।

ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଟ୍ବିଟ କରି ଲେଖିଛନ୍ତି ଯେ, ‘ସୈନ୍ୟ ପ୍ରତ୍ୟାହାର ବେଳେ ଯଦି 3 ଯବାନ ଶହୀଦ ହୋଇଛନ୍ତି ତେବେ ଯୁଦ୍ଧ ପରିସ୍ଥିତିରେ କଣ ହେବ ’। ଏଆଇଏମ୍ଆଇଏମ୍ ନେତା ତଥା ହାଇଦ୍ରାବାଦ ସାଂସଦ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଟ୍ବିଟ୍ କରି ପ୍ରଶ୍ନ କରିଛନ୍ତି। ଓୱେସୀ କହିଛନ୍ତି , ‘ଯଦି ଏପରି ଘଟଣା ଘଟିଛି ତେବେ ସରକାର ତୁରନ୍ତ ବୁଝାଇବା ଉଚିତ ଓ ଦେଶକୁ ଏହି ଘଟଣାର ସତ୍ୟତା କହିବା ଉଚିତ ’।

ABOUT THE AUTHOR

...view details