ETV Bharat Odisha

ଓଡିଶା

odisha

ETV Bharat / bharat

ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ କୋରୋନା ପଜିଟିଭ୍ - ଶିରୋମଣି ଅକାଳୀ ଦଳ (SAD)

ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ କୋରୋନା ପଜିଟିଭ୍ । ଗୋଟିଏ ଦିନ ପୂର୍ବରୁ ସଂସଦ କମିଟିର ଏକ ବୈଠକରେ ଯୋଗ ଦେଇଥିଲେ ନରେଶ ଗୁଜରାଲ । ଅଧିକ ପଢନ୍ତୁ...

ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ କୋରୋନା ପଜିଟିଭ୍
ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ କୋରୋନା ପଜିଟିଭ୍
author img

By

Published : Aug 8, 2020, 10:43 AM IST

ନୂଆଦିଲ୍ଲୀ: ଅକାଳୀ ଦଳ ସାଂସଦ ନରେଶ ଗୁଜରାଲ କୋରୋନା ପଜିଟିଭ୍ । ଗୋଟିଏ ଦିନ ପୂର୍ବରୁ ସଂସଦ କମିଟିର ଏକ ବୈଠକରେ ଯୋଗ ଦେଇଥିଲେ ସେ । ଶିରୋମଣି ଅକାଳୀ ଦଳ (SAD) ନେତା କହିଛନ୍ତି ଯେ, ତାଙ୍କର କୌଣସି ଲକ୍ଷଣ ନାହିଁ ଏବଂ ସେ ଭଲ ଅଛନ୍ତି। ତେବେ ଏହି ସଂକ୍ରମଣ ସମ୍ପର୍କରେ ସେ ରାଜ୍ୟସଭା ସଚିବାଳୟକୁ ସୂଚନା ଦେଇଛନ୍ତି।

ଉଚ୍ଚପଦାଧିକାରୀ, ଜନ ଅଭିଯୋଗ, ଆଇନ ଏବଂ ନ୍ୟାୟ ଉପରେ ସଂସଦୀୟ କମିଟି ବୈଠକରେ ସାମାଜିକ ଦୂରତା ପ୍ରତି ଧ୍ୟାନ ଦିଆଯାଇଥିଲା ଏବଂ ସଦସ୍ୟମାନେ ମାସ୍କ ପିନ୍ଧିଥିଲେ। ଗୁଜରାଲ କୋରୋନା ସଂକ୍ରମିତ ହେବା ପରେ ତୃଣମୂଳ କଂଗ୍ରେସ ରାଜ୍ୟସଭା ସଦସ୍ୟ ଡେରେକ ଓବ୍ରାଇନ୍ ପୁଣିଥରେ ଅନଲାଇନରେ ସଂସଦୀୟ କମିଟି ବୈଠକ କରିବାକୁ ଦାବି କରିଛନ୍ତି ଏବଂ ନିୟମ ବଦଳାଇବା ପାଇଁ ପର୍ଯ୍ୟାପ୍ତ ପରିସର ଅଛି ବୋଲି ସେ କହିଛନ୍ତି ।

କୋରୋନା ସଂକ୍ରମଣ ସମଗ୍ର ଦେଶରେ 20 ଲକ୍ଷ ଅତିକ୍ରମ କରିସାରିଛି । ଏପର୍ଯ୍ୟନ୍ତ 20,27,075 ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ଯେଉଁଥିରୁ ଏପର୍ଯ୍ୟନ୍ତ 41585 ଲୋକ ପ୍ରାଣ ହରାଇଛନ୍ତି। ଏଥି ସହିତ, 13,78,105 ଲୋକଙ୍କ ଚିକିତ୍ସା ସଫଳ ହୋଇଛି । ବର୍ତ୍ତମାନ 6 ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ABOUT THE AUTHOR

author-img

...view details