ଓଡିଶା

odisha

By

Published : Aug 20, 2020, 3:29 PM IST

ETV Bharat / bharat

CRPF ଯବାନଙ୍କ ଠୁ ଲୁଟ AK-47 ଏଲଇଟି କମାଣ୍ଡର ନିକଟରୁ ଉଦ୍ଧାର

ଚଳିତବର୍ଷ ମେ' 4 ତାରିଖରେ ବାନ୍ଦଗାମ ହନ୍ଦୱାଡାରେ ଅର୍ଦ୍ଧସାମରିକ ବଳ ସିଆରପିଏଫର ଜଣେ ଯବାନଙ୍କ ଠାରୁ ଛଡାଇ ନିଆଯାଇଥିବା ଏକ ଏକେ-47 ରାଇଫଲକୁ ଲସ୍କର-ଏ-ତୋଏବାର କମାଣ୍ଡର ନାସିର-ଉ-ଦିନ୍ ଲୋନଙ୍କ ଠାରୁ ଉଦ୍ଧାର କରାଯାଇଛି ।

AK-47 rifle snatched from CRPF
ଛଡାଇ ନିଆଯାଇଥିବା AK-47 ରାଇଫଲ ଉଦ୍ଧାର

ହାନ୍ଦୱାରା : ସୀମାରେ ଥମୁନି ଆତଙ୍କୀଙ୍କ ହମଲା । ହିନ୍ଦୱାରାର ଗାନିପୋରା ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣାରେ କାଶ୍ମୀରର ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ ସୂଚନା । ଏହି ଘଟଣାରେ 2 ଜଣ ଆତଙ୍କୀ ପ୍ରାଣ ହରାଇଛନ୍ତି । ଯେଉଁଥିରେ ଲସ୍କର-ଏ-ତୋଏବାର ଜଣେ କମାଣ୍ଡର ନିପାତ ହୋଇଛି ।

କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା

ଗୁରୁବାର ସେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଚଳିତବର୍ଷ ମେ' 4 ତାରିଖରେ ବାନ୍ଦଗାମ ହନ୍ଦୱାଡାରେ ଅର୍ଦ୍ଧସାମରିକ ବଳ ସିଆରପିଏଫର ଜଣେ ଯବାନଙ୍କ ଠାରୁ ଛଡାଇ ନିଆଯାଇଥିବା ଏକ ଏକେ-47 ରାଇଫଲକୁ ଲସ୍କର-ଏ-ତୋଏବାର କମାଣ୍ଡର ନାସିର-ଉ-ଦିନ୍ ଲୋନଙ୍କ ଠାରୁ ଉଦ୍ଧାର କରାଯାଇଛି ।

ଯାହାକୁ ଗତକାଲି(ବୁଧବାର)ରାତିରେ କୁପୱାରା ଜିଲ୍ଲାର ଉତ୍ତର କାଶ୍ମୀର ଅଞ୍ଚଳର ଜଣେ ସହଯୋଗୀଙ୍କ ସହ ନିପାତ କରାଯାଇଛି । ଏନେଇ କାଶ୍ମୀର ଜୋନ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details