ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରି ମସଜିଦ ମାମଲାର ଶୁଣାଣୀ ପରେ ଏବେ ଅନ୍ତିମ ରାୟକୁ ଅପେକ୍ଷା । ସୁପ୍ରିମକୋର୍ଟଙ୍କ ଶେଷ ରାୟକୁ ଚାହିଁ ରହିଛନ୍ତି ଦେଶବାସୀ । ବୁଧବାର ମୁସଲିମ ପକ୍ଷ ଓ ହିନ୍ଦୁ ପକ୍ଷ ସମେତ ଅନ୍ୟ ଚାରି ପକ୍ଷରୁ ହୋଇଥିବା ଯୁକ୍ତି ଉପସ୍ଥାପନାର ଶୁଣାଣୀ ପରେ ଗୁରୁବାର ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଖଣ୍ଡପୀଠ।
ଶୀଘ୍ର ଆସିପାରେ ଅଯୋଧ୍ୟା ମାମଲାର ଅନ୍ତିମ ରାୟ - । ସୁପ୍ରମକୋର୍ଟଙ୍କ ଶେଷ ରାୟ
ନଭେମ୍ବର 17 ପୂର୍ବରୁ ପ୍ରକାଶ ପାଇପାରେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଅନ୍ତିମ ରାୟ। ସମସ୍ତ ପକ୍ଷଙ୍କ ଶୁଣାଣୀ ଶେଷ ପରେ 23 ଦିନର ସମୟ ନେଇଛନ୍ତି ଗଠିତ ଖଣ୍ଡପୀଠ। ନଭେମ୍ବର 10ରୁ 15 ତାରିଖ ମଧ୍ୟରେ ନିଷ୍ପତ୍ତି କରିପାରନ୍ତି ଖଣ୍ଡପୀଠ।

ଫାଇଲ ଫଟୋ
ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ବସିଛି ପାଞ୍ଚ ଜଣିଆ କମିଟି ବୈଠକ । ସୁତ୍ର ମୁତାବକ ରାୟକୁ ଶୀଘ୍ର ଶୁଣାଇବା ଦିଗରେ ଖଣ୍ଡପୀଠ କରିଛନ୍ତି ଆଲୋଚନା । ଶୁଣାଣୀ ସରିବାର 23 ଦିନ ଅର୍ଥାତ ନଭେମ୍ବର 17 ତାରିଖ ସୁଦ୍ଧା ରାୟ ପ୍ରକାଶ ପାଇବା ଏକପ୍ରକାର ନିଶ୍ଚିତ ହୋଇଛି ।
କିନ୍ତୁ ଏହି ତାରିଖକୁ ଆହୁରି କମ କରି 10 ରୁ 15 ତାରିଖ ମଧ୍ୟରେ ଶେଷ ରାୟ ପ୍ରକାଶ କରିବାକୁ ଆଲୋଚନା କରିଛି କମିଟି । ଆହ୍ଲାବାଦ ହାଇକୋର୍ଟ ଦେଇଥିବା ରାୟକୁ ମଧ୍ୟ ବିଚାରକୁ ନିଆଯିବ । ଏଥିସହିତ ଜଜ୍ ସମସ୍ତ ପକ୍ଷକାରଙ୍କ ଦସ୍ତାବିଜ ଓ ସଂରକ୍ଷିତ ତଥ୍ୟର ବିଚାର ବିମର୍ଶ ପରେ ରାୟ ପ୍ରକାଶ କରିପାରନ୍ତି।
Last Updated : Oct 18, 2019, 10:26 AM IST