ମୁମ୍ବାଇ: ଶନିବାର ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ନିଜ ବାସଭବନକୁ ଫେରିଛନ୍ତି ଅଜିତ ପାୱାର । ରବିବାର ସକାଳୁ ସେ ମହାରାଷ୍ଟ୍ରର ଚର୍ଚ୍ଚଗେଟରେ ଥିବା ନିଜ ବାସ ଭବନକୁ ଫେରିଛନ୍ତି। ଶପଥ ଗ୍ରହଣ ପରେ ସେ ମୁମ୍ବାଇରେ ହିଁ ନିଜ ଭାଇଙ୍କ ଘରେ ରାତି ବିତାଇଥିଲେ।
ମହାରାଷ୍ଟ୍ର ମହାନାଟକ: ଶପଥ ଗ୍ରହଣ ପରେ ଘରକୁ ଫେରିଲେ ଅଜିତ ପାୱାର - ନିଜ ବାସ ଭବନ ପହଞ୍ଚିଲେ ଅଜିତ ପାୱାର
ନାଟକୀୟ ଢଙ୍ଗରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପରେ ନିଜ ବାସଭବନକୁ ଫେରିଛନ୍ତି ଅଜିତ ପାୱାର।
ଏହା ବ୍ୟତୀୟ ସେ ନିଜ ଦାଦା ତଥା ଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ସହ ଦଳୀୟ ବୈଠକରେ ଯୋଗ ଦେଇଥିଲେ । ଏହି ବୈଠକରେ ଏନସିପିର ଅଧିକାଂଶ ବିଧାୟକ ଉପସ୍ଥିତ ଥିଲେ । ସେପଟେ ଦେବେନ୍ଦ୍ର ଫଡ଼ନାଭିସ୍ ମହାରାଷ୍ଟ୍ରରେ ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଦିନକ ପରେ ରବିବାର ବିଜେପି ବିଧାୟକଙ୍କ ବୈଠକ ହେବ ବୋଲି ଜଣାପଡିଛି।
ମହାରାଷ୍ଟ୍ରରେଏନସିପି ସୁପ୍ରିମୋ ଶରଦ ପାୱାରଙ୍କ ପୁତୁରା ଅଜିତ ପାୱାରଙ୍କୁ ନେଇ ବିଜେପି ସରକାର ଗଢ଼ିଛି। ବିଜେପିରୁ ଦେବେନ୍ଦ୍ର ଫଡ଼ନାଭିସ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ବେଳେ ଏନସିପିରୁ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏହାପରେ ଅଜିତ ପାୱାର ଏବଂ ଶରଦ ପାୱାରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି ।