ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପି-ଏନସିପିର ରାତି ଅଧିଆ ସରକାର ଗଠନକୁ ନେଇ ଖୁଲାସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ସରକାର ଗଢିବା ପାଇଁ ଅଜିତ ପାୱାର ପ୍ରଥମେ ବିଜେପି ସହ ସମ୍ପର୍କ କରିଥିଲେ ଏବଂ ସମସ୍ତ ଘଟଣାକ୍ରମ ସମ୍ପର୍କରେ ଏନସିପି ସୁପ୍ରିମୋ ଶରଦ ପାୱାର ଅବଗତ ଥିଲେ ବୋଲି ଫଡନାଭିସ କହିଛନ୍ତି ।
ମହାରାଷ୍ଟ୍ର ମହାଭାରତର ଅସଲ ଶକୁନି ଶରଦ ! - maharashtra government formation
ମହାରାଷ୍ଟ୍ରରେ ବିଜେପି-ଏନସିପିର ରାତି ଅଧିଆ ସରକାର ଗଠନକୁ ନେଇ ଖୁଲାସା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ । ଜାଣନ୍ତୁ ସେ କ'ଣ କହିଛନ୍ତି...
ଏକ ଗଣମାଧ୍ୟମ ସାକ୍ଷାତକାରରେ ଭଡନାଭିସ କହିଛନ୍ତି, ' ସରକାର ଗଠନ ନେଇ ପ୍ରଥମେ ଅଜିତ ପାୱାର ବିଜେପି ସହ ସମ୍ପର୍କ କରିଥିଲେ । କଂଗ୍ରେସ ଏବଂ ଶିବସେନା ସହ ଆମେ ସରକାର ଚଲାଇପାରିବୁ ନାହିଁ ବୋଲି ସେ କହିଥିଲେ । ଏହା ସହିତ ସେ 54 ଏନସିପି ବିଧାୟକଙ୍କ ସମର୍ଥନର ଦାବି କରିଥିଲେ । ସେମାନଙ୍କ ମଧ୍ୟରୁ କେତେକ ବିଧାୟକଙ୍କ ସହ କଥାବାର୍ତ୍ତା ମଧ୍ୟ କରାଇଥିଲେ ଅଜିତ ପାୱାର । ଏହି ଘଟଣାକ୍ରମ ସମ୍ପର୍କରେ ଶରଦ ପାୱାର ଅବଗତ ଥିଲେ ଏବଂ ବିଜେପି-ଏନସପି ମେଣ୍ଟରେ ସେ ରାଜି ଅଛନ୍ତି ବୋଲି ଅଜିତ କହିଥିଲେ । ତେଣୁ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ବିଜେପି ଏହି ପଦକ୍ଷେପ ନେଇଥିଲା । କିନ୍ତୁ ଦଳର ଏହି ପଦକ୍ଷେପ ଭୁଲ ସାବ୍ୟସ୍ତ ହେଲା ।'
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ରର ରାଜନୈତିକ ଡ୍ରାମା ମଧ୍ୟରେ ବିଜେପି ନେତା ଫଡନାଭିସ ନଭେମ୍ବର 23 ରେ ହଠାତ ମୁଖ୍ୟମନ୍ତ୍ରୀ ପଦର ଶପଥ ଗ୍ରହଣ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲେ । ତାଙ୍କ ସହ ଏନସିପି ନେତା ଅଜିତ ପାୱାର ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ଆବଶ୍ୟକୀୟ ବିଧାୟକଙ୍କ ସମର୍ଥନ ନଥିବା ଯୋଗୁଁ ଆସ୍ଥା ଭୋଟ ପୂର୍ବରୁ ହିଁ ଉଭୟ ନିଜ ନିଜ ପଦରୁ ଇସ୍ତଫା ଦେଇଥିଲେ ।