ଓଡିଶା

odisha

By

Published : Jul 18, 2019, 5:53 PM IST

ETV Bharat / bharat

ବିବାଦୀୟ ଭିଡିଓ ପାଇଁ ଗିରଫ ହେଲେ ଏଜାଜ ଖାନ୍

ବିବାଦୀୟ ସାମ୍ପ୍ରଦାୟିକ ଭିଡିଓ ପାଇଁ ବିବାଦରେ ଏଜାଜ ଖାନ୍ । ଦେଶ ଭିତରେ ଜାତିବାଦକୁ ପ୍ରୋତ୍ସାହନ ଅଭିଯୋଗରେ ଏଜାଜଙ୍କୁ ଉଠାଇନେଲା ପୋଲିସ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/imajazkhan

ହାଇଦ୍ରାବାଦ : ପୂର୍ବ ବିଗବସ ପ୍ରତିଯୋଗୀ ଏଜାଜ ଖାନ୍ ଟିକଟକରେ ବିବାଦୀୟ ଭିଡିଓ ପୋଷ୍ଟ କରି ଏବେ ସଙ୍କଟରେ । ମାମଲା ଜଟିଳ ହେବା ପରେ ଏଜାଜଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ସାଇବର କ୍ରାଇମ ପୋଲିସ ଏଜାଜଙ୍କୁ ଗିରଫ କରିଛି ।

ଏଜାଜ କିଛି ପପୁଲାର ଟିକଟକ ୟୁଜର୍ସଙ୍କ ସହ ମିଶି ଏକ ସାମ୍ପ୍ରଦାୟିକ ଭିଡିଓ ପ୍ରସ୍ତୁତ କରିଥିଲେ । ପ୍ରକାଶଥାଉକି, 28 ଜୁନରେ ଏଜାଜ ଏକ ଭିଡିଓ ସେୟାର କରି Mob lyching ବିରୋଧରେ ପ୍ରତିବାଦ କରିବାକୁ ଆହ୍ବାନ ଦେଇଥିଲେ । ଅନ୍ୟଏକ ଭିଡିଓରେ ମୁମ୍ବାଇ ପୋଲିସକୁ ତାଚ୍ଛଲ୍ୟ କରି ଯଦି କେହି ଆତଙ୍କବାଦୀ ହେଉଛନ୍ତି ତେବେ ସେମାନଙ୍କୁ କିଛି ନକହିବା ପାଇଁ ମଧ୍ୟ କହିଥିଲେ । ଯାହାକୁ ନେଇ ଏବେ ବିବାଦ ଆରମ୍ଭ ହୋଇଛି । ଏଜାଜ୍ ଜାତି ଧର୍ମକୁ ନେଇ ବିବାଦ କରୁଛିନ୍ତି ଓ ଭିଡିଓ ଜରିଆରେ ସମାଜରେ ଘୃଣାକୁ ପ୍ରୋତ୍ସାହିତ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା ।

ABOUT THE AUTHOR

...view details