ଓଡିଶା

odisha

ETV Bharat / bharat

ଅଜୟ ଭଲ୍ଲାଙ୍କୁ ମିଳିଲା ଗୃହ ସଚିବ ପଦ - New Home Secretary

ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍‌-ସ୍ପେଶାଲ ଡ୍ୟୁଟିରେ ଥିବା ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂଆ ଗୃହ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।

ଫାଇଲ ଫଟୋ

By

Published : Aug 23, 2019, 9:50 AM IST

Updated : Aug 23, 2019, 10:20 AM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ମନ୍ତ୍ରୀ ମଣ୍ଡଳ ଗୁରୁବାର ଅଜୟ କୁମାର ଭଲ୍ଲାଙ୍କୁ ନୂଆ ଗୃହ ସଚିବ ଭାବରେ ନିଯୁକ୍ତ କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କ୍ୟାବିନେଟର ନିଯୁକ୍ତି କମିଟି ସ୍ବୀକୃତି ପ୍ରଦାନ କରିଛି । ଏହି ପଦରେ ଥିବା ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜୀବ ଗୌବା ବୁଧବାର କ୍ୟାବିନେଟ ସଚିବ ଭାବେ ନିଯୁକ୍ତି ପାଇଥିଲେ ।


ଅଜୟ କୁମାର ଭଲ୍ଲା ୧୯୮୪ ବ୍ୟାଚ୍‌ ଆସାମ-ମେଘାଳୟ କ୍ୟାଡର ଆଇଏଏସ୍‌ ଅଧିକାରୀ । ରାଜୀବ ଗୌବାଙ୍କୁ କ୍ୟାବିନେଟ ସଚିବ ଦାୟିତ୍ବ ମିଳିବା ପରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍‌-ସ୍ପେଶାଲ ଡ୍ୟୁଟିରେ ଥିବା ଅଧିକାରୀ ଅଜୟ କୁମାର ଭଲ୍ଲାଙ୍କୁ ନୂଆ ଗୃହ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି ।


ଅଜୟ କୁମାର ଭଲ୍ଲା ୧୯୮୪ ବ୍ୟାଚ୍‌ ଆସାମ-ମେଘାଳୟ କ୍ୟାଡର ଆଇଏଏସ୍‌ ଅଧିକାରୀ । ଭଲ୍ଲା ପୂର୍ବରୁ କେନ୍ଦ୍ର ଶକ୍ତି ସଚିବ ଭାବେ କାର୍ଯ୍ୟ କରିଥିଲେ। ଗତ ଜୁଲାଇ ୨୪ରେ ସେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟରେ ଅଫିସର-ଇନ୍‌-ସ୍ପେଶାଲ ଡ୍ୟୁଟି ଭାବେ ନିଯୁକ୍ତି ପାଇଥିଲେ । ତାଙ୍କୁ ଆଗାମୀ ଦୁଇବର୍ଷ ଅର୍ଥାତ 2021 ଅଗଷ୍ଟ ଯାଏଁ ଗୃହ ସଚିବ ଦାୟିତ୍ବ ପ୍ରଦାନ କରାଯାଇଛି ।

Last Updated : Aug 23, 2019, 10:20 AM IST

ABOUT THE AUTHOR

...view details