ଓଡିଶା

odisha

ETV Bharat / bharat

ପ୍ରିପେଡ ସେବା ବନ୍ଦ କଲା ଏୟାରଟେଲ୍ - membership

କିଛି ଦିନ ପୂର୍ବରୁ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ଜି5ର ସବସ୍କ୍ରିପସନ୍ ଦେଇଥିଲା କମ୍ପାନୀ । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ସେବା ବନ୍ଦ କରିଥିବା ସୂଚନା ମିଳିଛି । ଅଧିକ ପଡନ୍ତୁ...

ପ୍ରିପେଡ ସେବା ବନ୍ଦ କଲା ଏୟାରଟେଲ୍
ପ୍ରିପେଡ ସେବା ବନ୍ଦ କଲା ଏୟାରଟେଲ୍

By

Published : Jul 17, 2020, 4:27 PM IST

ହାଇଦ୍ରାବାଦ: ଏୟାରଟେଲ ବନ୍ଦ କଲା ନିଜ ପ୍ରିପେଡ ସେବା । କିଛି ଦିନ ପୂର୍ବରୁ ନିଜର ପ୍ରିପେଡ୍ ଗ୍ରାହକଙ୍କୁ ଜି5ର ସବସ୍କ୍ରିପସନ୍ ଦେଇଥିଲା କମ୍ପାନୀ । କିନ୍ତୁ ବର୍ତ୍ତମାନ କମ୍ପାନୀ ଏହି ସେବା ବନ୍ଦ କରିଥିବା ସୂଚନା ମିଳିଛି ।

ଏୟାରଟେଲର ଗ୍ରାହକମାନେ ଏହି ଅଫରକୁ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ କିନ୍ତୁ ବର୍ତ୍ତମାନ କମ୍ପାନୀ ଏପରି ଏକ ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଏୟାରଟେଲ ଥ୍ୟାଙ୍କୁ ଆପ୍ ମାଧ୍ୟମରେ ଗ୍ରାହକଙ୍କୁ ଏହି ସେବା ଯୋଗାଉଥିଲା । ଟେଲିକମ୍ ଟ୍ୟାକ୍ ରିପୋର୍ଟ ଅନୁଯାୟୀ, ଏୟାରଟେଲ୍ ଜି5ପ୍ରି ସବସ୍କ୍ରିପସନ୍ ସେବା ମଧ୍ୟ ବନ୍ଦ କରିଛି ।

ଏୟାରଟେଲର କିଛି ପ୍ରିପେଡ ଗ୍ରାହକଙ୍କୁ ତିନିମାସ ପର୍ଯ୍ୟନ୍ତ ମାଗଣାରେ ଏହି ଜି5 ସବସ୍କ୍ରିପସନ୍ ମିଳୁଥିଲା । ଯଦିଚ ବର୍ତ୍ତମାନ କେବଳ ଏୟାରଟେଲର 289 ଟଙ୍କା ପ୍ରିପେଡ୍ ପ୍ଲାନରେ ଏବେବି ଜି5 ପ୍ରିମିୟମ ସବସ୍କ୍ରିପସନ୍ ଜାରି ରହିଛି । ପ୍ରକାଶ ଥାଉ କି, ଏହି ପ୍ଲାାନରେ ଗ୍ରାହକମାନେ 28 ଦିନର ବୈଧତା ସହିତ ଦୈନିକ 1.5 ଜିବି ଡାଟା, ଅନଲିମିଟେଡ୍ କଲିଂ ଏବଂ 100 ଏସଏମଏସ ପାଇଥାଆନ୍ତି ।

ଏୟାରଟେଲ ଏୟାରଟେଲ ଥ୍ୟାଙ୍କ୍ସର ଗୋଲ୍ଡ ମେମ୍ବରଙ୍କୁ ମଧ୍ୟ ଜି5ର ଦେବା ଦେବା ବନ୍ଦ କରିଦେଇଛି । ଅର୍ଥାତ 799 ଟଙ୍କା ଅକ୍ସଷ୍ଟ୍ରିମ ଫାଇବର ପ୍ଲାନର ଉପଭୋକ୍ତାମାନେ ମଧ୍ୟ ଜି5 ପ୍ରିମିୟମ ସେବା ପାଇବେ ନାହିଁ ।

ABOUT THE AUTHOR

...view details