ଓଡିଶା

odisha

ETV Bharat / bharat

ୱାର୍କ ଫ୍ରମ ହୋମ ପାଇଁ ଏୟାରଟେଲର ନୂଆ ସମାଧାନ ‘ୱାର୍କ @ହୋମ’ - ୱାର୍କ @ହୋମ

ବର୍ତ୍ତମାନ ସମୟରେ କୋରୋନା ମହାମାରୀ ପାଇଁ କୋଟି କୋଟି ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି ୱାର୍କ ଫ୍ରମ ହୋମ ପରମ୍ପରା । ଏମିତିରେ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ବି2ବି ଶାଖା ଏୟାରଟେଲ ବ୍ୟବସାୟ ନିଜ ଗ୍ରାହକଙ୍କ ପାଇଁ ଆଣିଛି ‘ୱାର୍କ @ହୋମ’ ଗ୍ରେଡ ।

work from home, work @home, airtel, technology news, ୱାର୍କ ଫ୍ରମ ହୋମ, ଏୟାରଟେଲ, ୱାର୍କ @ହୋମ, ଟେକ୍ନୋଲୋଜି ନ୍ୟୁଜ୍‌
ୱାର୍କ ଫ୍ରମ ହୋମ ପାଇଁ ଏୟାରଟେଲର ନୂଆ ସମାଧାନ ‘ୱାର୍କ @ହୋମ’

By

Published : May 18, 2020, 10:53 PM IST

ହାଇଦ୍ରାବାଦ: ବର୍ତ୍ତମାନ ସମୟରେ କୋରୋନା ମହାମାରୀ ପାଇଁ କୋଟି କୋଟି ଲୋକଙ୍କ ପାଇଁ ଦୈନନ୍ଦିନ ଜୀବନର ଅଂଶ ପାଲଟିଛି ୱାର୍କ ଫ୍ରମ ହୋମ ପରମ୍ପରା । ଏମିତିରେ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲର ବି2ବି ଶାଖା ଏୟାରଟେଲ ବ୍ୟବସାୟ ନିଜ ଗ୍ରାହକଙ୍କ ପାଇଁ ଆଣିଛି ‘ୱାର୍କ @ହୋମ’ ଗ୍ରେଡ । ଏହାଦ୍ବାରା ଘରେ ବସି ବିନା କୌଣସି ଅସୁବିଧାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାମ କରିବାରେ ସକ୍ଷମ ହେବେ ଗ୍ରାହକ ବୋଲି ପ୍ରକାଶ କରିଛି କମ୍ପାନୀ ।

ଏହି ନୂଆ ଗ୍ରେଡ ଦ୍ବାରା ଗ୍ରାହକଙ୍କ ପାଇଁ ଭାରତୀୟ ରେଗୁଲେଟୋରୀ ଆଧାରରେ ୱାୟାରଡ (ତାରଯୁକ୍ତ), ୱାୟାରଲେସ (ତାର ବିହୀନ), ଇମର୍ସିଭ କୋଲାବୋରେସନ ଟୁଲ୍ସ (ଦୀର୍ଘସ୍ଥାୟୀ ସହଯୋଗୀ ଉପକରଣ) ଓ ସିକ୍ୟୁରିଟି ସଲ୍ୟୁସନର ବ୍ୟବସ୍ଥା ଆଣିଦେଇଛି । ଏନେଇ ଏୟାରଟେଲ ବିଜିନେସ ସିଇଓ ତଥା ନିର୍ଦ୍ଦେଶକ ଅଜୟ ଚିତକାରା କହିଛନ୍ତି କି ବର୍ତ୍ତମାନର ସମୟ କାହାର ଅଧିନରେ ଚାଲି ନାହିଁ । ତେଣୁ ପରିସ୍ଥିତିକୁ ସ୍ବୀକାର କରି କମ୍ପାନୀମାନେ ଏହାସହ ଖାପ ଖୁଆଇବାକୁ ଚେଷ୍ଟା କରୁଛନ୍ତି । ତେବେ ବର୍ତ୍ତମାନ ଅର୍ଦ୍ଧାଧିକ ଭାରତ ପାଇଁ ୱାର୍କ ଫ୍ରମ ହୋମ ନିତିଦିନିଆ ହେବାକୁ ଥିବା ବେଳେ କମ୍ପାନୀର ଏହି ନୂଆ ପ୍ରୟାସ ଲୋକଙ୍କ ଯଥା ସମ୍ଭବ ସାହାଯ୍ୟ ଯୋଗାଇବ ।

ସେ ଏହା ମଧ୍ୟ କହିଛନ୍ତି କି ଏୟାରଟେଲର ନୂଆ ୱାର୍କ @ହୋମ ସହ ଲୋକେ ନିଜ କାର୍ଯ୍ୟ ସୁରୁଖୁରୁରେ, ବିନା ଅସୁବିଧାରେ ଓ ଶ୍ରେଷ୍ଠ କନେକ୍ଟିଭିଟି ସହ କରିପାରିବେ । ଏହା ବର୍ତ୍ତମାନ ଜରୁରୀ ସେବା ଆକରରେ ଉପଲବ୍ଧ ହେବ । ଏହାକୁ ନେଇ ବିଭିନ୍ନ କମ୍ପାନୀ ନିଜ ଆବଶ୍ୟକତା ଅନୁଯାୟୀ ଯୋଜନା ପ୍ରସ୍ତୁତ କରିପାରିବେ । ତେବେ ଏହି ନୂଆ ଅଫରରେ ଗ୍ରାହକଙ୍କୁ ଏୟାରଟେଲ କର୍ପୋରେଟ ବ୍ରୋଡବ୍ୟାଣ୍ଡ ମିଳିବ । ଯେଉଁଥିରେ 1 ଗିଗାବାଇଟ ପର ସେକେଣ୍ଡର ସ୍ପିଡ ରହିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details