ବେଜିଂ: ପୁନର୍ବାର କୋରୋନା ସଂକ୍ରମଣ ବିସ୍ତାର ହେବା ପରେ ଚୀନ୍ ସରକାରଙ୍କ ଚିନ୍ତା ବଢିଯାଇଛି । ବୁଧବାର ଦିନ ସହରରେ 31 ଟି ନୂଆ ମାମଲା ରିପୋର୍ଟ ପରେ ଚୀନ୍ ରାଜଧାନୀରେ 1255ଟି ବିମାନ ଚଳାଚଳ ବାତିଲ କରି ଦିଆଯାଇଛି । ଏହି ନୂତନ ମାମଲା ସାମ୍ନାକୁ ଆସିବାରୁ ଅଧିକାରୀମାନେ ବେଜିଂ ଛାଡି ନଯିବାକୁ ଅନୁରୋଧ କରିଛନ୍ତି । ତେବେ ଚୀନରେ କୋରୋନା ସଂକ୍ରମଣ ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଆଶଙ୍କା ବଢିବାରେ ଲାଗିଛି । ଏହି ନୂତନ ବେଜିଂ ଭାଇରସ୍ କ୍ଲଷ୍ଟର ଜିନଫାଡି ହୋଲସେଲ ଖାଦ୍ୟ ବଜାରରେ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଫଳରେ ସେହି ସହରର 30ଟି ଘର ଥିବା ଅଞ୍ଚଳକୁ ଲକଡାଉନ କରାଯାଇଛି ।
ଚୀନକୁ ପୁଣି ଫେରିଲା କୋରୋନା, 1255ଟି ବିମାନ ଚଳାଚଳ ବାତିଲ - Covid-19
ବୁଧବାର ଦିନ ଚୀନରେ 31ଟି ନୂଆ ମାମଲା ରିପୋର୍ଟ ପରେ ଚୀନ୍ ରାଜଧାନୀରେ 1255ଟି ବିମାନ ଚଳାଚଳ ବାତିଲ କରି ଦିଆଯାଇଛି । ତେବେ ଚୀନରେ କୋରୋନା ସଂକ୍ରମଣ ମହାମାରୀର ଦ୍ବିତୀୟ ପର୍ଯ୍ୟାୟ ଆଶଙ୍କା ବଢିବାରେ ଲାଗିଛି । ଅଧିକ ପଢନ୍ତୁ...
![ଚୀନକୁ ପୁଣି ଫେରିଲା କୋରୋନା, 1255ଟି ବିମାନ ଚଳାଚଳ ବାତିଲ ଚୀନକୁ ପୁଣି ଫେରିଲା କୋରୋନା, 1255ଟି ବିମାନ ଚଳାଚଳ ବାତିଲ](https://etvbharatimages.akamaized.net/etvbharat/prod-images/768-512-09:37-s5-1706newsroom-1592366713-243.jpg)
ଖୋଲାଯାଇଥିବା ସମସ୍ତ ବିଦ୍ୟାଳୟକୁ ବନ୍ଦ କରି ପୁନର୍ବାର ଅନଲାଇନ୍ କ୍ଲାସକୁ ଫେରିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀରେ ମହାମାରୀ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ବୋଲି ବେଜିଂ ସହରର ମୁଖପାତ୍ର, ଜୁ ହେଜିଆନ ମଙ୍ଗଳବାର ଚେତାବନୀ ଦେଇଛନ୍ତି। ଏହି ରୋଗ ଚିହ୍ନଟ ହେବା ପରେ ଅଧିକାରୀମାନେ 11 ଟି ବଜାର ବନ୍ଦ କରି ବେଜିଂରେ ହଜାର ହଜାର ଖାଦ୍ୟ ଏବଂ ପାନୀୟ ବ୍ୟବସାୟକୁ ବିଶୋଧନ କରିଛନ୍ତି।
ତେବେ ଗତ 6 ଦିନ ମଧ୍ୟରେ 137 ସଂକ୍ରମଣ ହୋଇଥିବା ମ୍ୟୁନିସିପାଲଟି ସ୍ୱାସ୍ଥ୍ୟ ଆୟୋଗ ସୂଚନା ଦେଇଛନ୍ତି । ଅଧିକାରୀମାନେ ଏପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ଆବଦ୍ଧ ସ୍ଥାନରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।