ଭୋପାଲ: ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଏକ ସମ୍ମିଳନୀରେ କହିଛନ୍ତି ଯେ ଅକ୍ସଫୋର୍ଡ COVID-19 ଟିକା ପ୍ରାୟ 2021 ମସିହା ଫେବୃଆରୀ - ଏପ୍ରିଲ ସୁଦ୍ଧା ଭାରତୀୟଙ୍କ ପାଇଁ ଉପଲବ୍ଧ ହେବ। ଯାହା ପାଇଁ ଏବେଠୁ ପ୍ରସ୍ତୁତ ଭାରତୀୟ ବିମାନ ବନ୍ଦର । ଯେପରି କମ ସମୟ ମଧ୍ୟରେ କାର୍ଗୋ ବିମାନରେ ଟୀକା ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ଭାରତର କିଛି ପ୍ରମୁଖ ବିମାନବନ୍ଦର ।
ଏଥିପାଇଁ ବିଶେଷ କରି ଫ୍ଲେକ୍ସିବିଲ ସ୍ଲଟ ଓ ସ୍ବତନ୍ତ୍ର ତାପମାତ୍ରା ନିୟନ୍ତ୍ରିତ ଜୋନ୍ ଯୋଗାଇବ ଏୟାର କାର୍ଗୋ । ଟୀକାର କ୍ଲିନିକାଲ ଟ୍ରାଏଲ ପାଇଁ ଭାରତ ସରକାର ମୋଡର୍ନା, ଫାଇଜର, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଭାରତ ବାୟୋଟେକ୍ ଏବଂ ଜିଡସ୍ କ୍ୟାଡିଲାଙ୍କ ସହ ଯୋଗାଯୋଗରେ ଅଛନ୍ତି ।