ଓଡିଶା

odisha

ETV Bharat / bharat

ପୁନଃଆରମ୍ଭ ହେଲା ଏୟାରଏସିଆ ଇଣ୍ଡିଆ ବିମାନ ଉଡ଼ାଣ ସେବା - airasia india flight service resumes

ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାଣ ସେବା ପୁଣି ଆରମ୍ଭ ହୋଇଛି ବୋଲି ସୋମବାର ଏୟାର ଏସିଆ ଇଣ୍ଡିଆ କହିଛି। ଅଧିକ ପଢନ୍ତୁ...

ପୁନଃଆରମ୍ଭ ହେଲା  ଏୟାରଏସିଆ ଇଣ୍ଡିଆ ବିମାନ ଉଡ଼ାଣ ସେବା
ପୁନଃଆରମ୍ଭ ହେଲା ଏୟାରଏସିଆ ଇଣ୍ଡିଆ ବିମାନ ଉଡ଼ାଣ ସେବା

By

Published : Oct 26, 2020, 8:54 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ କୋରୋନା ସଂକ୍ରମଣ ହ୍ରାସ ପାଉଛି । ଯାହାକୁ ନେଇ କେନ୍ଦ୍ର ସରକାର କିଛି କ୍ଷେତ୍ରରେ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି । ଏହାରି ମଧ୍ୟରେ ଯାତ୍ରୀଙ୍କ ପାଇଁ ବିମାନ ଉଡ଼ାଣ ସେବା ପୁଣି ଆରମ୍ଭ ହୋଇଛି ବୋଲି ସୋମବାର ଏୟାରଏସିଆ ଇଣ୍ଡିଆ କହିଛି।

ସୂଚନା ଅନୁଯାୟୀ, ଅଗଷ୍ଟ 27 ରେ ବିମାନ ଚଳାଚଳ ମନ୍ତ୍ରଣାଳୟ ଏୟାରଲାଇନ୍ସକୁ ଘରୋଇ ବିମାନରେ ପ୍ରି-ପ୍ୟାକ୍ ହୋଇଥିବା ସ୍ନାକ୍ସ, ମିଲ୍ ଏବଂ ଘରୋଇ ବିମାନରେ ପାନୀୟ ପଦାର୍ଥ ଏବଂ ଅନ୍ତର୍ଜାତୀୟ ବିମାନରେ ଗରମ ଭୋଜନ ଯୋଗାଇବାକୁ ଅନୁମତି ଦେଇଥିଲେ |

କୋରୋନା ମହାମାରୀରେ ଲାଗୁ ହେଇଥିବା ଲକଡାଉନ ମଧ୍ୟରେ ମେ 25ରେ ଏୟାରଏସିଆ ଇଣ୍ଡିଆର ଘରୋଇ ବିମାନ ଚଳାଚଳ ସେବା ପୁନଃଆରମ୍ଭ ହୋଇଥିଲା । ସରକାର ଦେଇଥିବା ନିୟାମକ ନିର୍ଦ୍ଦେଶାବଳୀରେ ସାମାନ୍ୟ ଛାଡ ପରେ ଏୟାରଏସିଆ ଇଣ୍ଡିଆ ବିମାନ ଉଡ଼ାଣ ସେବା ପୁନଃ ଆରମ୍ଭ କରିବାକୁ ଘୋଷଣା କରିଛି।

ABOUT THE AUTHOR

...view details