ନୂଆଦିଲ୍ଲୀ: ପୁଣି ପ୍ରଦୂଷିତ ହେଲା ଦିଲ୍ଲୀ ବାୟୁ । ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ତଥ୍ୟ ଅନୁଯାୟୀ, ଦିଲ୍ଲୀର ରୋହିଣୀ ଏବଂ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) 206 ଏବଂ 230 ରହିଛି । ଯାହା ଖରାପ ଶ୍ରେଣୀର ଅଟେ ।
ପୁଣି ପ୍ରଦୂଷିତ ହେଲା ଦିଲ୍ଲୀ ବାୟୁ - ଦିଲ୍ଲୀ ବାୟୁ
ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି (ଡିପିସିସି) ତଥ୍ୟ ଅନୁଯାୟୀ, ଦିଲ୍ଲୀର ରୋହିଣୀ ଏବଂ ଜାହାଙ୍ଗୀରପୁରୀ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) 206 ଏବଂ 230 ରହିଛି । ଯାହା ଖରାପ ଶ୍ରେଣୀର ଅଟେ ।
ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଆନନ୍ଦ ବିହାରର ଏକ୍ୟୁଆଇ ମଧ୍ୟ 178 ରହିଛି । ଯାହା ମଧ୍ୟମ ବର୍ଗର ଅଟେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ଏକ୍ୟୁଆଇ ‘ଖରାପ’ ଶ୍ରେଣୀ ଅର୍ଥ ଦୀର୍ଘ ସମୟ ଧରି ଏକ୍ସପୋଜରରେ ଅଧିକାଂଶ ଲୋକଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ। ସେହିପରି ‘ମଧ୍ୟମ’ ଶ୍ରେଣୀ ଅର୍ଥ ଫୁସଫୁସ, ଆଜମା ଏବଂ ହୃଦରୋଗରେ ଆକ୍ରାନ୍ତ ରୋଗୀଙ୍କ ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ।
ସୂଚନାଯୋଗ୍ୟ ଯେ, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।