ଓଡିଶା

odisha

ETV Bharat / bharat

ଦିଲ୍ଲୀ ସମେତ ଏକାଧିକ ସହରର ବାୟୁ ପ୍ରଦୂଷିତ: ରାଷ୍ଟ୍ରପତି - Air quality in many cities including Delhi is poor

ଦିଲ୍ଲୀର ବାୟୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ବର୍ତ୍ତମାନ ସମୟର ବାୟୁ ପ୍ରଦୂଷଣ ସମସ୍ତଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଅଧିକ ପଢନ୍ତୁ...

president kovind

By

Published : Nov 20, 2019, 8:41 PM IST

ହାଇଦ୍ରାବାଦ: ଦେଶର ରାଜଧାନୀ ଦିଲ୍ଲୀର ବାୟୁ ମଣ୍ଡଳକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ କହିଛନ୍ତି ଦିଲ୍ଲୀ ସମେତ ଏକାଧିକ ସହରର ବାୟୁ ମଣ୍ଡଳ ଗୁରୁତର ଭାବେ ପ୍ରଦୂଷିତ ହୋଇଛି । ଏହା ଆମ ପାଇଁ ବର୍ତ୍ତମାନ ସମୟରେ ଏକ ଚ୍ୟାଲେଞ୍ଜ ହୋଇ ଛିଡ଼ା ହୋଇଛି । ଚଳିତ ବର୍ଷର ଏହି ସମୟ ଦିଲ୍ଲୀ ପାଇଁ ଅଭିଶାପ ପାଲଟିଛି ବୋଲି ସେ କହିଛନ୍ତି । ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହୋଇଥିବା ଆଇଆଇଟି, ଏନଆଇଟି ଏବଂ ଆଇଆଇଏସଟିର ନିର୍ଦ୍ଦେଶକ ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ରାଷ୍ଟ୍ରପତି ।

କୋବିନ୍ଦ ଆହୁରି ମଧ୍ୟ କହିଛନ୍ତି କି, ବୈଜ୍ଞାନିକଙ୍କ ସହିତ ଅନେକ ଭବିଷ୍ୟବାଣୀ କରୁଥିବା ସନ୍ଥମାନେ ଦୁନିଆ ଶେଷ ହେବା ନେଇ ସୂଚନା ମଧ୍ୟ ଦେଇ ସାରିଛନ୍ତି । ବର୍ତ୍ତମାନ ଦିଲ୍ଲୀର ପରିବେଶରେ ମାତ୍ରାଧିକ ଭାବେ ଧୁଆଁ ଭରି ହୋଇ ରହିଛି । ଏପରିକି କମ ଦୂରତାରେ ମଧ୍ୟ କିଛି ଦେଖାଯାଉନାହିଁ । ଦୁନିଆ ଲୋପ ପାଇବାର ଏହା ସଂକେତ ନୁହେଁ ତ ବୌଲି କୋବିନ୍ଦ ପ୍ରଶ୍ନ କରିଛନ୍ତି ? ଏଭଳି ପରିବେଶ ପ୍ରଦୂଷଣକୁ ନେଇ ବର୍ତ୍ତମାନ ସମାଜର ସବୁବର୍ଗର ଲୋକମାନଙ୍କୁ ଚିନ୍ତା ଘାରିଲାଣି ବୋଲି କୋବିନ୍ଦ କହିଛନ୍ତି ।

ରାଷ୍ଟ୍ରପତି କୋବିନ୍ଦ ଆହୁରି ମଧ୍ୟ କହିଛନ୍ତି କି, ଏଭଳି ପରିସ୍ଥିତିରେ ସୁଧାର ଆଣିବା ପାଇଁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ସରକାରଙ୍କ ଲକ୍ଷ୍ୟ ଦେଶର ପ୍ରତିଟି ନାଗରିକଙ୍କ ଜୀବନକୁ ସରଳ ଓ ସହଜ କରିବା । ଏହାସହ ଜୀବନକୁ ସହଜ ଏବଂ ସୁନ୍ଦର କରିବା ପାଇଁ ଦେଶରେ ଥିବା ଆଇଆଇଟି ଏବଂ ଏନଆଇଟି ଭଳି ସଂସ୍ଥାର ଅବଦାନ ଅତୁଳନୀୟ ବୋଲି କହିଛନ୍ତି ସେ ।

ସୂଚନା ଯୋଗ୍ୟ ଏହି ସମ୍ମିଳନୀରେ 152ଟି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନର ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ରାଷ୍ଟ୍ରପତି ସେମାନଙ୍କୁ ସମ୍ବୋଧନ କରି କହିଥିଲେ, ବିଗତ କିଛି ବର୍ଷରେ ହାଇଡ୍ରୋକାର୍ବନ ଉତ୍ସ ସମଗ୍ର ଦୁନିଆର ପରିଦୃଶ୍ୟକୁ ବଦଳାଇ ରଖିଦେଇଛି । ଯାହା ଆମପାଇଁ ଘାତକ ସାବ୍ୟସ୍ତ ହୋଇଛି ।

ABOUT THE AUTHOR

...view details