ନୂଆଦିଲ୍ଲୀ: ଦିଲ୍ଲୀରେ କମୁନି ବାୟୁ ପ୍ରଦୂଷଣ । ହେଲେ କମିଚାଲିଛି ବାୟୁର ଗୁଣବତ୍ତା । ସୋମବାର ଦିନ 9ଟା ସୁଦ୍ଧା ରାଜଧାନୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ 356ରେ ପହଞ୍ଚିଛି । ଯାହାକି ବାୟୁ ଗୁଣବତ୍ତାର ସବୁଠୁ ନିମ୍ନମାନର ବୋଲି ଜଣାପଡିଛି । ଏହା ଫଳରେ ରାଜଧାନୀରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସେପଟେ ଆଜି ବର୍ଷା ହେବାର ସମ୍ଭାବନା ଥିବାରୁ ଲୋକେ ସାମାନ୍ୟ ଆଶ୍ବସ୍ତ ରହିଛନ୍ତି ।
ଦିଲ୍ଲୀରେ କମିଚାଲିଛି ବାୟୁର ଗୁଣବତ୍ତା, ଆଜି ହୋଇପାରେ ବର୍ଷା - ଆଜି ହୋଇପାରେ ବର୍ଷା
ଦିଲ୍ଲୀରେ କମିଚାଲିଛି ବାୟୁର ଗୁଣବତ୍ତା । ସୋମବାର ଦିନ 9ଟା ସୁଦ୍ଧା ରାଜଧାନୀରେ ଏୟାର କ୍ବାଲିଟି ଇଣ୍ଡେକ୍ସ 356ରେ ପହଞ୍ଚିଛି । ଯାହାକି ବାୟୁ ଗୁଣବତ୍ତାର ସବୁଠୁ ନିମ୍ନମାନର ବୋଲି ଜଣାପଡିଛି ।
![ଦିଲ୍ଲୀରେ କମିଚାଲିଛି ବାୟୁର ଗୁଣବତ୍ତା, ଆଜି ହୋଇପାରେ ବର୍ଷା Delhi rains](https://etvbharatimages.akamaized.net/etvbharat/prod-images/768-512-5693038-thumbnail-3x2-delhi.jpg)
ଦିଲ୍ଲୀରେ କମିଚାଲିଛି ବାୟୁର ଗୁଣବତ୍ତା, ଆଜି ହୋଇପାରେ ବର୍ଷା
ଏୟାର କ୍ବାଲିଟି ଇଣ୍ଡେକ୍ସ(ଏକ୍ୟୁଆଇ) ଚାନ୍ଦିନୀଚୌକରେ 321, ଲୋଧୀ ରୋଡରେ 355, ଏୟାରପୋର୍ଟରେ 346 ଓ ଆଇଆଇଟି ଦିଲ୍ଲୀ ନିକଟରେ 331 ରହିଥିବା ଜଣାପଡିଛି ।
ସୂଚନାଥାଉକି, ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଉତ୍ତମ, 51-100 ଭିତରେ ରହିଲେ ଭଲ, 101-200 ମଧ୍ୟମ, 201-300 ଦୁର୍ବଳ, 301-400 ଅତ୍ୟନ୍ତ ଦୁର୍ବଳ ଓ 401ରୁ 500 ରହିଲେ ସାଘାଂତିକ ବୋଲି ଧରାଯାଏ । ସେପଟେ ବାୟୁ ପ୍ରଦୂଷଣ ଥିବାରୁ ତଥା କମ ଦୃଶ୍ୟମାନ ହେଉଥିବାରୁ 15ଟି ଟ୍ରେନ ବିଳମ୍ବରେ ଚାଲୁଛି ।