ଓଡିଶା

odisha

ETV Bharat / bharat

ପ୍ରଦୂଷଣ ଘେରରେ ରାଜଧାନୀ ଦିଲ୍ଲୀ - ଦିଲ୍ଲୀରେ ପ୍ରଦୂଷଣ

ଦିଲ୍ଲୀ NCRରେ ବାୟୁ ପ୍ରଦୂଷଣର ମାତ୍ର ସର୍ବାଧିକ ରହିଛି । ପୁରା ଦିଲ୍ଲୀରେ ଏୟାର ଇଣ୍ଡେକ୍ସ ପାଖାପାଖି 450 ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Oct 30, 2019, 9:27 AM IST

Updated : Oct 30, 2019, 10:43 AM IST

ନୂଆଦିଲ୍ଲୀ: କିଛି ଦିନ ହେବ ଦିଲ୍ଲୀର NCR ପ୍ରଦୂଷଣ ଘେରରେ ରହିଛି । ବାୟୁ ପ୍ରଦୂଷଣର ମାତ୍ରା କମ ହେବାର ନାଁ ନେଉନାହିଁ । ବୁଧବାର ସକାଳେ ଦିଲ୍ଲୀ ମନ୍ଦିର ମାର୍ଗରେ ବାୟୁପ୍ରଦୂଷଣର ମାତ୍ରା 304 ଥିବା ବେଳେ ଅରବିନ୍ଦ ମାର୍ଗରେ ଏହି ସ୍ଥର 309 ଟପି ଯାଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଅନ୍ୟପକ୍ଷେ ସୋନିୟା ବିହାରରେ ଏୟାର କ୍ବାଲିଟି ଇଣ୍ଡେକ୍ସ 488 ଥିବା ବେଳେ ସଞ୍ଜୟ ନଗରରେ 546, ଗ୍ରେଟର ନୋଏଡାରେ 388 ଅଙ୍କ ପର୍ଯ୍ୟନ୍ତ ପହଞ୍ଚି ଯାଇଛି । ପୁରା ଦିଲ୍ଲୀରେ ଏୟାର ଇଣ୍ଡେକ୍ସ ପାଖାପାଖି 422 ରହିଛି ।

ଦୀପାବଳି ପରେ ଦିଲ୍ଲୀ ଏନସିଆରର ବିଭିନ୍ନ କ୍ଷେତ୍ରରେ ବାଣ ଫୁଟା ଯୋଗୁଁ ବାୟୁ ପ୍ରଦୂଷଣର ମାତ୍ରା ଉଚ୍ଚସ୍ଥରରେ ପହଞ୍ଚିଯାଇଛି ।

ବିଭିନ୍ନ କ୍ଷେତ୍ରରେ ଏୟାର ଇଣ୍ଡେକ୍ସ:

ଆନନ୍ଦବିହାର-464
ଅଶୋକ ବିହାର- 454
ବବାନା-453
ବୁରାଡୀ କ୍ରସିଂ-437
ଦ୍ବାରକା ସେକ୍ଟର 8-430
ଆଇଟିଓ-410
ଜହାଙ୍ଗିରପୁରୀ-447
ଲୋଧୀରୋଡ-415
ମନ୍ଦିର ମାର୍ଗ-410
ନେହେରୁ ନଗର-434
ବଜୀରପୁର-460

Last Updated : Oct 30, 2019, 10:43 AM IST

ABOUT THE AUTHOR

...view details