ଓଡିଶା

odisha

ETV Bharat / bharat

ମୋଦିଙ୍କ ରାଡାର-ବାଦଲ ଥିଓରୀ: ସମର୍ଥନ କଲେ ଏୟାର ମାର୍ଶାଲ - radars

ମେଘ ଏବଂ ରାଡାରକୁ ନେଇ ମୋଦିଙ୍କ ବୟାନକୁ ସମର୍ଥନ ଜଣାଇଛନ୍ତି ଏୟାର ମାର୍ଶାଲ ରଘୁନାଥ ନାମ୍ବିୟାର । ରାଡାର ସିଗନାଲ୍‌ରେ ମେଘ ଦ୍ବାରା ବାଧା ସୃଷ୍ଟି ହୁଏ ବୋଲି କହିଛନ୍ତି ନାମ୍ବିୟର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

By

Published : May 27, 2019, 3:26 PM IST

ନୂଆଦିଲ୍ଲୀ: ସତ ସାବ୍ୟସ୍ତ ହେଲା ମୋଦିଙ୍କ ରାଡାର ବାଣୀ । ମେଘ ଏବଂ ରାଡାରକୁ ନେଇ ସେ ଯେଉଁ ବୟାନ ଦେଇଥିଲେ ସେଥିରେ ସହମତି ପ୍ରକାଶ କରିଛନ୍ତି ଏୟାର ମାର୍ଶଲ ରଘୁନାଥ ନାମ୍ବିୟାର । ରାଡାର ସିଗନାଲ୍‌ରେ ମେଘ ଦ୍ବାରା ବାଧା ସୃଷ୍ଟି ହୁଏ ବୋଲି କହିଛନ୍ତି ନାମ୍ବିୟର ।

ସମସ୍ତ ରାଡାର ଅଲଗା ଅଲଗା ଟେକନୋଲୋଜିରେ ନିର୍ମିତ ହୋଇଥାଏ ଏବଂ ସେମାନଙ୍କର କାର୍ଯ୍ୟକ୍ଷମତା ମଧ୍ୟ ଅଲଗା ଥାଏ । କିଛି ରାଡାର ମଧ୍ୟରେ ମେଘ ପଛରେ ଲୁଚିଥିବା ବସ୍ତୁ ଦେଖିବାର କ୍ଷମତା ରହିଥାଏ ତ ଆଉ କିଛି ମଧ୍ୟରେ ଏହି କ୍ଷମତା ନଥାଏ । କିଛି ରାଡାର ନିଜର କାର୍ଯ୍ୟକ୍ଷମତା ଯୋଗୁଁ ମେଘ ପଛରେ ଲୁଚିଥିବା ବସ୍ତୁକୁ ଦେଖି ପାରନ୍ତି ନାହିଁ ବୋଲି ନାମ୍ବିୟାର କହିଛନ୍ତି ।

ସୂଚନା ଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ମୋଦି ନିକଟରେ ଏକ ସାକ୍ଷାତକାରରେ ରାଡାର ଏବଂ ମେଘକୁ ନେଇ ବୟାନ ଦେଇଥିଲେ । ସେ କହିଥିଲେ, 'ଖରାପ ପାଣିପାଗ ଯୋଗୁଁ କିଛି ରକ୍ଷା ବିଶେଷଜ୍ଞ ମତେ ବାଲକୋଟ ଏୟାର ଷ୍ଟ୍ରାଇକର ତାରିଖ ଘୁଞ୍ଚାଇବାକୁ ପରାମର୍ଶ ଦେଇଥିଲେ । କିନ୍ତୁ ମୁଁ ନିଜ ବୁଦ୍ଧି ଖଟାଇ ସେଦିନ ହିଁ ଏୟାର ଷ୍ଟ୍ରାଇକ କରାଯାଉ ବୋଲି କହିଥିଲି । ଫଳରେ ପାକିସ୍ତାନର ରାଡାର ଭାରତୀୟ ବିମାନର ଗତିବିଧି ଉପରେ ନଜର ରଖିପାରିବ ନାହିଁ ।'

ABOUT THE AUTHOR

...view details