ଚଣ୍ଡିଗଡ: ଆମେରିକାରୁ ଶୁକ୍ରବାର 327 ଭାରତୀୟ ଫେରିଛନ୍ତି । ବନ୍ଦେ ଭାରତ ମିଶନର ଦ୍ବିତୀୟ ପର୍ଯ୍ୟାୟରେ ଏମାନଙ୍କୁ ଆଣିଥିଲା ଏୟାର ଇଣ୍ଡିଆ ବିମାନ । ଜନ ଏଫ କେନେଡି ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଫେରିଥିଲେ ସମସ୍ତ ଯାତ୍ରୀ ।
ଆମେରିକାରୁ ଫେରିଲେ 327 ଭାରତୀୟ - ଆମେରିକାରୁ ଫେରିଲେ ଫସିଥିବା ଭାରତୀୟ
327 ଯାତ୍ରୀଙ୍କ ମଧ୍ୟରୁ 227 ଯାତ୍ରୀ ଦିଲ୍ଲୀରେ ଓହ୍ଲାଇଥିଲେ । ବାକି 100 ଜଣ ଚଣ୍ଡିଗଡ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆସିଥିଲେ । ଅଧିକ ପଢନ୍ତୁ...
ତେବେ 327 ଯାତ୍ରୀଙ୍କ ମଧ୍ୟରୁ 227 ଯାତ୍ରୀ ଦିଲ୍ଲୀରେ ଓହ୍ଲାଇଥିଲେ । ବାକି 100 ଜଣ ଚଣ୍ଡିଗଡ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଆସିଥିଲେ । ଏମାନଙ୍କ ମଧ୍ୟରେ ଜଣେ ନବଜାତକ ମଧ୍ୟ ଥିଲେ ବୋଲି ସୂଚନା ରହିଛି । ଚଣ୍ଡିଗଡରେ ଓହ୍ଲାଇବା ପରେ ସମସ୍ତ ଯାତ୍ରୀଙ୍କୁ ପଞ୍ଜାବ ସ୍ବାସ୍ଥ୍ୟ ବିଭାଗର 10 ଜଣିଆ ଡାକ୍ତରୀ ଟିମ ସ୍କାନ କରିଥିଲେ । ଏହାପରେ ସେମାନଙ୍କୁ ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ ଓ ଚଣ୍ଡିଗଡ ସରକାରଙ୍କ ପ୍ରତିନିଧି ସ୍ବାଗତ କରିଥିଲେ ।
ସୁରକ୍ଷିତ ଫେରିଆସିଥିବାରୁ ଭାରତ ସରକାରଙ୍କ ସମେତ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଦେଇଛନ୍ତି ଯାତ୍ରୀ । ଡାକ୍ତରୀ ଟିମ ସେମାନଙ୍କୁ 14 ଦିନିଆ କ୍ବାରେଣ୍ଟାଇନରେ ରହିବା ସମୟରେ କଣ କରିବାକୁ ହେବ ସେନେଇ ପରାମର୍ଶ ଦେଇଥିଲେ । ତେବେ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ 10 ଦିନ ଆଗରୁ ଚଣ୍ଡିଗଡ ଏୟାରପୋର୍ଟର କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିଲେ । ଏନେଇ ପୂର୍ବରୁ ସମସ୍ତ ପ୍ରକାର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିଥିଲେ କର୍ତ୍ତୃପକ୍ଷ ।