ଓଡିଶା

odisha

ETV Bharat / bharat

3ୟ ଉଦ୍ୟମରେ ଘଟିଲା ଦୁର୍ଘଟଣା; ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଞ୍ଚିଗଲା ଅନେକ ଜୀବନ - କୋ-ପାଇଲଟ ଅଖିଳେଶ କୁମାର

କୋଝିକୋଡ ବିମାନ ଦୁର୍ଘଟଣାରେ 18 ଜଣଙ୍କ ଜୀବନ ଗଲା । ଏହାସହ ଦେଶ 2 ଦକ୍ଷ ପାଇଲଟଙ୍କୁ ମଧ୍ୟ ହରାଇଲା । ଯାହାଙ୍କର ଦକ୍ଷତା ଓ ଅଭିଜ୍ଞତା ଥିଲା ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ...ପଢନ୍ତୁ ସମ୍ପୂର୍ଣ୍ଣ ଖବର

କ୍ୟାପଟେନ ଦୀପକ ସାଠେ
କ୍ୟାପଟେନ ଦୀପକ ସାଠେ

By

Published : Aug 8, 2020, 6:00 PM IST

ଥିରୁଅନନ୍ତପୁରମ:ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ବିମାନ ଶୁକ୍ରବାର ସନ୍ଧ୍ୟାରେ କେରଳ କୋଝିକୋଡ ଏୟାରପୋର୍ଟରେ କ୍ରାସ୍ ଲ୍ୟାଣ୍ଡିଂ କରିଥିଲା । ଦୁର୍ଘଟଣାରେ ପାଇଲଟ ଏବଂ କୋ-ପାଇଲଟଙ୍କ ସମେତ 18 ଜଣଙ୍କ ମୃତ୍ୟୁ ହୋଇଛି ।

ତେବେ ଦୁର୍ଘଟଣାକୁ ଟାଳିବା ପାଇଁ 2 ପାଇଲଟ ସମସ୍ତ ଶକ୍ତି ସାମର୍ଥ୍ୟ ଲଗାଇଥିଲେ । ଡିଜିସିଏ ରିପୋର୍ଟ ମୁତାବକ, ପାଇଲଟ 2 ଥର ବିମାନ ଅବତରଣ ପାଇଁ ଉଦ୍ୟମ କରି ବିଫଳ ହୋଇଥିଲେ । ତୃତୀୟ ଥର ଉଦ୍ୟମ କଲାବେଳେ ଏହି ଦୁର୍ଘଟଣା ଘଟିଲା । କ୍ୟାପଟେନ ଅଖିଳେଶ ଓ ଦୀପକ ସାଠେ 2 ଜଣ ଦେଶର ଶ୍ରେଷ୍ଠ ପାଇଲଟ ମଧ୍ୟରେ ଆସୁଥିଲେ । ଯାହାଙ୍କର ଲମ୍ବା ଅନୁଭବ ଥିଲା । ହେଲେ ଏହି ଦୁଃଖଦ ଦୁର୍ଘଟଣାରେ ଉଭୟେ ଜୀବନ ହରାଇଛନ୍ତି ।

ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା 59 ବର୍ଷୀୟ ପାଇଲଟ-ଇନ-କମାଣ୍ଡ କ୍ୟାପଟେନ ଦୀପକ ସାଠେ ଏବଂ ତାଙ୍କର କୋ-ପାଇଲଟ ଅଖିଳେଶ କୁମାର 33 ବର୍ଷୀୟ । ଦୀପକ ସାଠେ ଭାରତୀୟ ବାୟୁସେନାର ପୂର୍ବତନ ୱିଙ୍ଗ କମାଣ୍ଡର ଥିଲେ । ସେ ଏୟାର ଫୋର୍ସର ବିମାନ ପ୍ରଶିକ୍ଷଣ କେନ୍ଦ୍ରରେ ମଧ୍ୟ ନିଜ ଦାୟିତ୍ବ ସଠିକ ଭାବେ ତୁଳାଇ ଥିଲେ ।

କୁହାଯାଉଛି କ୍ୟାପଟେନ ଦୀପକ ସାଠେ ନିଜ ଏୟାରଫୋର୍ସ ଅଭିଜ୍ଞତା ଓ ଏଭିଏସନ ଦକ୍ଷତାକୁ କୋଝିକୋଡରେ ବିମାନକୁ ସୁରକ୍ଷିତ ଭାବେ ଅବତରଣ ପାଇଁ ଭରପୁର ପ୍ରୟାସ କରିଥିଲେ । କିନ୍ତୁ ତମାମ ପ୍ରୟାସ ସତ୍ତ୍ବେ ସେ ଦୁର୍ଘଟଣାକୁ ଟାଳି ପାରିନଥିଲେ ।

ଏୟାର ଇଣ୍ଡିଆରେ କାମ କରୁଥିବା କ୍ୟାପଟେନ ଦୀପକ ଦିନେ ଏୟାରଫୋର୍ସ ଏକାଡେମୀରେ ଦକ୍ଷ ଓ ଜଣାଶୁଣା ଥିଲେ । ଦୀପକଙ୍କୁ ତାଙ୍କର ଦକ୍ଷତା ପାଇଁ ଏୟାରଫୋର୍ସର ସମ୍ମାନ ଜନକ ସ୍କ୍ବାଡର୍ନ ଅଫ ଅନର’ ଭଳି ସମ୍ମାନ ମିଳିଥିଲା । ଏୟାରଫୋର୍ସରୁ ଅବସର ପରେ ସେ ଏୟାର ଇଣ୍ଡିଆର କମର୍ସିଆଲ ସେବାରେ ଯୋଗଦେଇଥିଲେ । ପାଇଲଟ ଦୀପକ ସାଠେଙ୍କ ପିତା ମଧ୍ୟ ସେନାରେ ବିଗ୍ରେଡିୟର ଥିଲେ । ଏହାସହ ଦୀପକଙ୍କ ଭାଇ କାରଗିଲ ଯୁଦ୍ଧରେ ଶହୀଦ ହୋଇଥିଲେ ।

କ୍ୟାପଟେନ ଦୀପକ ଦେଶର ଯେଉଁ କେତେ ଜଣ ପ୍ରତିଷ୍ଠିତ ଓ ବଳିଷ୍ଠ ପାଇଲଟ ଅଛନ୍ତି ସେଥିରୁ ଜଣେ । ଯିଏ ଏୟାର ଇଣ୍ଡିଆର ବିମାନ 310 ଓ ବୋଇଂ ବିମାନ 737 କୁ ଉଡାଇଥିଲେ । ବର୍ତ୍ତମାନ କୋଝିକୋଡ ଦୁର୍ଘଟଣା ପରେ ଦେଶ 2 ଜଣ ଦକ୍ଷ ପାଇଲଟଙ୍କୁ ହରାଇଲା ।

ବ୍ୟୁରୋ ରିପୋର୍ଟ, ଇଟିଭ ଭାରତ

ABOUT THE AUTHOR

...view details