ଓଡିଶା

odisha

ETV Bharat / bharat

DGCA ମୁଖ୍ୟଙ୍କୁ ହଟାଇବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘର ଦାବି - DGCA ମୁଖ୍ୟ

DGCA ମୁଖ୍ୟ ଅରୁଣ କୁମାରଙ୍କୁ ତାଙ୍କ ପଦରୁ ହଟାଇବାକୁ ଦାବି ଜଣାଇଛି ଏୟାର ଇଣ୍ଡିଆ ପାଇଲଟ ସଂଘ । କୋଝିକୋଡ ବିମାନ ଦୁର୍ଘଟଣାରେ ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ ଅରୁଣ । ଅଧିକ ପଢନ୍ତୁ...

DGCA ମୁଖ୍ୟଙ୍କୁ ହଟାଇବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘର ଦାବି
DGCA ମୁଖ୍ୟଙ୍କୁ ହଟାଇବାକୁ ଏୟାର ଇଣ୍ଡିଆ ପାଇଲଟ ସଂଘର ଦାବି

By

Published : Aug 11, 2020, 10:47 PM IST

ନୂଆଦିଲ୍ଲୀ: କୋଝିକୋଡ ବିମାନ ଦୁର୍ଘଟଣାକୁ ନେଇ ଗଣମାଧ୍ୟମରେ ପକ୍ଷପାତିତା ଓ ଦାୟିତ୍ବହୀନ ମନ୍ତବ୍ୟକୁ ନେଇ DGCA ମୁଖ୍ୟ ଅରୁଣ କୁମାରଙ୍କୁ ତାଙ୍କ ପଦରୁ ହଟାଇବାକୁ ଦାବି ଜଣାଇଛି ଏୟାର ଇଣ୍ଡିଆ ପାଇଲଟ ସଂଘ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀଙ୍କୁ ମିଳିତ ଚିଠିରେ ଭାରତୀୟ ପାଇଲଟ ଗିଲ୍ଡ (ଆଇପିଜି) ଏବଂ ଭାରତୀୟ ବାଣିଜ୍ୟିକ ପାଇଲଟ ଆସୋସିଏସନ (ଆଇସିପିଏ) ପକ୍ଷରୁ ଅରୁଣଙ୍କ ଉପରୁ ଉପରେ ସମ୍ପୂର୍ଣ୍ଣ ବିଶ୍ବାସ ହରାଇଥିବା ବେଳେ ତାଙ୍କୁ ତୁରନ୍ତ ବଦଳାଇବାକୁ କୁହାଯାଇଛି ।

ପାଇଲଟ ୟୁନିଅନ୍ କହିଛି ଯେ ପୂର୍ବରୁ ଭାରତରେ ବେସାମରିକ ବିମାନ ଚଳାଚଳ ନେଇ ନିର୍ଦ୍ଦେଶାଳୟ କେବଳ ଅଭିଜ୍ଞତା ଥିବା ଅଧିକାରୀଙ୍କ ଦ୍ବାରା ପରିଚାଳିତ ହେଉଥିଲା। ହେଲେ ବର୍ତ୍ତମାନ ନିର୍ଦ୍ଦେଶାଳୟ ଅମଲାତନ୍ତ୍ର ଦ୍ବାରା ଅଧିକୃତ ହୋଇଛି ଯାହାର ଫଳାଫଳ ସମସ୍ତଙ୍କ ସାମ୍ନାରେ ବୋଲି ସଂଘ କହିଛି ।

ଶୁକ୍ରବାର ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆର ଏକ ବିମାନ କରିପୁର ସ୍ଥିତ କୋଝିକୋଡ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବିମାନଟି ପାଇଲଟ ଓ କ୍ର୍ୟୁ ମେମ୍ବରଙ୍କ ସମେତ ମୋଟ 190 ଜଣଙ୍କୁ ନେଇ ଦୁବାଇରୁ କେରଳ ଫେରୁଥିବା ବେଳେ କୋଝିକୋଡ ବିମାନ ବନ୍ଦର ରନୱେରେ କ୍ରାସ ଲ୍ୟାଣ୍ଡିଂ କରିଥିଲା । ଯେଉଁଥିରେ 123 ଜଣ ଆହତ ହୋଇଥିବା ବେଳେ 19 ଜଣ ପ୍ରାଣ ହରାଇଥିଲେ ।

ABOUT THE AUTHOR

...view details