ଓଡିଶା

odisha

ETV Bharat / bharat

'ବନ୍ଦେ ଭାରତ ମିଶନ' ତୃତୀୟ ପର୍ଯ୍ୟାୟ: ୟୁରୋପରୁ ପ୍ରତ୍ୟାବର୍ତ୍ତନ ପାଇଁ ଟିକେଟ ବିକ୍ରି ଆରମ୍ଭ - ବନ୍ଦେ ଭାରତ ମିଶନ ୟୁରୋପ

ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା 'ବନ୍ଦେ ଭାରତ ମିଶନ'। ଏବେ ଏହାର ତୃତୀୟ ଚରଣରେ ୟୁରୋପୀୟ ଦେଶରୁ ପ୍ରତ୍ୟାବର୍ତ୍ତନ ପାଇଁ ବୁଧବାର 3ଟାରୁ ଟିକେଟ ବିକ୍ରୟ ଆରମ୍ଭ ହୋଇଛି ।

ଫାଇଲ ଫଟୋ
ଫାଇଲ ଫଟୋ

By

Published : Jun 10, 2020, 7:27 PM IST

ନୂଆଦିଲ୍ଲୀ: କୋରୋନା ସଂକ୍ରମଣ ଜନିତ ସମସ୍ୟା ଓ କଟକଣା କାରଣରୁ ବିଦେଶରେ ଫସି ରହିଥିବା ଭାରତୀୟମାନଙ୍କୁ ଦେଶକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଯୋଜନା 'ବନ୍ଦେ ଭାରତ ମିଶନ'। ଏବେ ଏହାର ତୃତୀୟ ଚରଣରେ ୟୁରୋପୀୟ ଦେଶରୁ ପ୍ରତ୍ୟାବର୍ତ୍ତନ ପାଇଁ ବୁଧବାର 3ଟାରୁ ଟିକେଟ ବିକ୍ରୟ ଆରମ୍ଭ ହୋଇଛି ।

ଏଥିପାଇଁ ସମସ୍ତ ଆବେଦନକାରୀଙ୍କୁ ସ୍ଥାନୀୟ ଭାରତୀୟ ଦୂତାବାସ କିମ୍ବା ଉଚ୍ଚାୟୁକ୍ତରେ ପଞ୍ଜୀକୃତ କରିବା ବାଧ୍ୟତାମୂଳକ । ସମସ୍ତ ଯାତ୍ରୀ ୟୁରୋପ ଏୟାର ଇଣ୍ଡିଆ ୱେବସାଇଟରେ ଟିକେଟ ବୁକିଂ କରିପାରିବେ ।

ସରକାର, ବନ୍ଦେ ଭାରତ ମିଶନର ଫେଜ୍‌-3 କୁ ବୃଦ୍ଧି କରିବାକୁ ଘୋଷଣା କରିଥିଲେ । ଯେ ପର୍ଯ୍ୟନ୍ତ ବ୍ୟବସାୟିକ ଉଡାଣ ପୁନର୍ବାର ସଞ୍ଚାଳିତ ହୋଇନାହିଁ । ବନ୍ଦେ ଭାରତ ମିଶନର ତୃତୀୟ ପର୍ଯ୍ୟାୟରେ ଏହି ବିମାନ ସଞ୍ଚାଳନ 9 ଜୁନ ରୁ 30 ଜୁନ୍ ପର୍ଯ୍ୟନ୍ତ ଉତ୍ତର ଆମେରିକା ଏବଂ ୟୁରୋପୁ 300 ବିମାନ ଚଳାଚଳ କରିବ।

ABOUT THE AUTHOR

...view details