ଓଡିଶା

odisha

ETV Bharat / bharat

ଏୟାର ଇଣ୍ଡିଆର ସାର୍କୁଲାର ଜାରି, ଟିକେଟରେ ନାମ ପରିବର୍ତ୍ତନ କରିପାରିବେ ଯାତ୍ରୀ - air india now allows flyers to change names on tickets

ମାର୍ଚ୍ଚ 15ରୁ ଅଗଷ୍ଟ 24 ମଧ୍ୟରେ ନିଜର ବୈଧ ଟିକେଟରେ ଯାତ୍ରୀମାନେ ଯାତ୍ରା କରିପାରିବା ନେଇ ଯେଉଁ ସାର୍କୁଲାର ଜାରି ହୋଇଥିଲା । କିନ୍ତୁ କୋଭିଡ-19 ଜନିତ ଲକଡାଉନ କାରଣରୁ ବିମାନ ଉଡାଣକୁ ରଦ୍ଦ କରାଯାଇଥିଲା । ଏଥିପାଇଁ ଏବେ ସେହି ଟିକେଟରେ ଯାତ୍ରୀ ନିଜ ନାମ ପରିବର୍ତ୍ତନ କରି ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଯାତ୍ରା କରିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଏୟାର ଇଣ୍ଡିଆର ସାର୍କୁଲାର ଜାରି
ଏୟାର ଇଣ୍ଡିଆର ସାର୍କୁଲାର ଜାରି

By

Published : Jul 17, 2020, 12:27 PM IST

ନୂଆଦିଲ୍ଲୀ: ଡୋମେଷ୍ଟିକ ପାସେଞ୍ଜରଙ୍କ ପାଇଁ ଏୟାର ଇଣ୍ଡିଆର ନୂଆ ସାର୍କୁଲାର ଜାରି । ମାର୍ଚ୍ଚ 15ରୁ ଅଗଷ୍ଟ 24 ମଧ୍ୟରେ ଯେଉଁମାନେ ନିଜର ଟିକେଟ କରିଥିଲେ କିନ୍ତୁ ତାହା ଲକଡାଉନ କାରଣରୁ ରଦ୍ଦ ହୋଇଥିଲା ଏବେ ସେହି ଟିକେଟରେ ଯାତ୍ରୀ ନିଜେ କିମ୍ବା ନାମ ପରିବର୍ତ୍ତନ କରି ନିଜ ସମ୍ପର୍କୀୟଙ୍କୁ ନିର୍ଦ୍ଧାରିତ ସମୟ ଅବଧି ମଧ୍ୟରେ ଯାତ୍ରା କରିବା ନେଇ ଏୟାର ଇଣ୍ଡିଆ ପକ୍ଷରୁ ସୂଚନା ଦିଆଯାଇଛି ।

ଟିକେଟର ମୂଲ୍ୟ ପୂର୍ବରୁ ଯାହାଥିଲା ତାହା ରହିବ । ମାତ୍ର ସେତେବେଳେ ଯାତ୍ରା କରିବାକୁ ଚାହୁଥିବା ଯାତ୍ରୀ ଏବେ ଚାହିଁଲେ ନିଜ ଇଚ୍ଛାମୁତାବକ ବାଛିଥିବା ଅନ୍ୟ ଲୋକଙ୍କ ନାଁରେ ପରିବର୍ତ୍ତନ କରି ସେହି ଟିକେଟରେ ଏକାକି ଯାତ୍ରା କରିପାରିବେ । ତେବେ ଏହି ନିୟମ କେବଳ 'ନାମ ପରିବର୍ତ୍ତନ' କରିବାରେ ଲାଗୁ ହେବ ବୋଲି ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି । ଯାହା କେବଳ ଡୋମେଷ୍ଟିକ ଟ୍ରାଭେ୍ଲ ପାଇଁ କରିଥିବା ଟିକେଟରେ ଏହି ସର୍କୁଲାର ଲାଗୁ ହେବ ।

ଅନ୍ୟପଟେ କୋରୋନା ସଙ୍କଟ ଭିତରେ କ୍ଷତିରେ ଚାଲୁଥିବା ଏୟାର ଇଣ୍ଡଆ ଚାଲୁଥିବାରୁ ଏହାର କିଛି ଷ୍ଟାଫଙ୍କୁ ବିନା ଦରମାରେ 5 ବର୍ଷ ଯାଏଁ ଛୁଟିରେ ପଠାଇବା ନିଷ୍ପତିକୁ ମଧ୍ୟ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂହ ପୁରୀ ମଞ୍ଜୁରୀ ଦେଇଦେଇଛନ୍ତି । ଯାହାକୁ ନେଇ ଏୟାର ଇଣ୍ଡିଆର କର୍ମଚାରୀମାନେ ବିରୋଧ କରୁଛନ୍ତି ।

ABOUT THE AUTHOR

...view details