ନୂଆଦିଲ୍ଲୀ: ସିଲ ହେଲା ଦିଲ୍ଲୀ ସ୍ଥିତ ଏୟାର ଇଣ୍ଡିଆର ମୁଖ୍ୟାଳୟ । ଏଠାର ଜଣେ କର୍ମଚାରୀ କୋଭିଡ-19 ପଜିଟିଭ ଚିହ୍ନଟ ହେବା ପରେ ମୁଖ୍ୟାଳୟକୁ ଦୁଇ ଦିନ ପାଇଁ ବନ୍ଦ କରାଯାଇଛି ।ଏୟାରଲାଇନ୍ସ ଏକ ବିବୃତ୍ତିରେ କହିଛି ଯେ, ଦିଲ୍ଲୀ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇଥିବା ଜଣେ କର୍ମଚାରୀ କୋଭିଡ 19 ପଜିଟିଭ ବାହାରିଥିଲେ । ଏୟାର ଇଣ୍ଡିଆ ସର୍ବଦା ନିଜ କର୍ମଚାରୀଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ପ୍ରାଥମିକତା ଦେଇଥାଏ । ତେଣୁ ସୁରକ୍ଷା ପ୍ରୋଟୋକଲ ପାଳନ କରି ବିଲ୍ଡିଂ ସାନିଟାଇଜେସନ ପାଇଁ 2 ଦିନ ଅର୍ଥାତ୍ ମଙ୍ଗଳବାର ଓ ବୁଧବାର ଏହାକୁ ବନ୍ଦ କରାଯାଇଛି । ତେବେ ସମ୍ପୃକ୍ତ କର୍ମଚାରୀଙ୍କୁ ମଧ୍ୟ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯାଉଛି ।
ପ୍ରକାଶ ଥାଉ କି, ଶନିବାର ଦିନ ଏୟାରଲାଇନ୍ସର 77 ପାଇଲଟଙ୍କୁ ପ୍ରାଥମିକତା ଭିତ୍ତିରେ ପରୀକ୍ଷା କରାଯାଇଥିବା ବେଳେ ପାଇଲଟମାନେ କୋରୋନା ପଜିଟିଭ ପରୀକ୍ଷା କରିଥିଲେ । ଏହି ସମୟରେ 5 ଜଣ ପାଇଲଟ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ବିମାନର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସଓପି) ଅଧୀନରେ ପଜିଟିଭ ମାମଲାର ପୁନଃପରୀକ୍ଷା କରାଯିବା ପରେ ରିପୋର୍ଟ ନେଗେଟିଭ ଆସିଥିଲା ।