ଓଡିଶା

odisha

ETV Bharat / bharat

ବିମାନରେ ମୂଷା, ଉଡାଣ ବାତିଲ

ବସ କିମ୍ବା ଟ୍ରେନରେ ମୂଷା ଦେଖିଥିବେ କିନ୍ତୁ ବିମାନରେ ନୁହେଁ । ବାରଣାସୀରୁ ଡେରାଡୁନକୁ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ବିମାନ ଭିତରେ ମୂଷା ବାହାରିବା ଯୋଗୁଁ  ବିମାନକୁ ବାତିଲ କରାଯାଇଛି । ଅଧିକ ପଢନ୍ତୁ...

air-india-flight-from-varanasi-to-dehradun-canceled-because-passengers-found-rats-in-plane
ବାରଣାସୀ ବିମାନବନ୍ଦରରେ ବିମାନରେ ମୂଷା ବାହାରିବା ଯୋଗୁଁ ଉଡାଣ ବାତିଲ

By

Published : Jan 28, 2020, 2:55 PM IST

ବାରଣାସୀ: ବସ କିମ୍ବା ଟ୍ରେନରେ ମୂଷା ଦେଖିଥିବେ କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ବିମାନବନ୍ଦରରେ ଡେରାଡୁନକୁ ଉଡାଣ ପାଇଁ ପ୍ରସ୍ତୁତ ହୋଇଥିବା ଏକ ବିମାନ ଭିତରେ ମୂଷା ବାହାରିବା ଯୋଗୁଁ ବିମାନକୁ ବାତିଲ କରାଯାଇଛି । ଏହି ମାମଲାକୁ ବିମାନ କମ୍ଫାନୀ ଓ ଏୟାରପୋର୍ଟ ଅଧିକାରୀ ଲୁଚାଇବା ପାଇଁ ଚେଷ୍ଟା କରିଥିଲେ କିନ୍ତୁ ରବିବାର ଦିନ ଏହା ଜଣାପଡିଥିଲା ।

ବାରଣାସୀ ବିମାନବନ୍ଦରରେ ବିମାନରେ ମୂଷା ବାହାରିବା ଯୋଗୁଁ ଉଡାଣ ବାତିଲ

ବାରଣାସୀର ଏଲବିଏସ ଆନ୍ତଃର୍ଜାତିକ ବିମାନବନ୍ଦରରୁ ଡେରାଡୁନ ଯିବାକୁ ଥିବା ଏୟାର ଇଣ୍ଡିଆ ବିମାନ ଭିତରେ କେଉଁ ଆଡୁ ଆସି ଏକ ମୂଷା ଦେଖିବାକୁ ପାଇଥିଲେ । ଏହାପରେ କୌଣସି ଅଘଟଣ ଆଶଙ୍କା କରି ବିମାର ସମସ୍ତ ଯାତ୍ରୀକୁ ବାହାର କରାଗଲା । ଏହାପରେ ମୂଷା ନ ବାହାରିବା ଯୋଗୁଁ ବିମାନ ଉଡାଣକୁ ରଦ୍ଦ କରାଗଲା । ଏହା ପରେ ଯାତ୍ରୀ ମାନଙ୍କୁ ଏୟାରଲାଇନ ତରଫରୁ ଏକ ହୋଟେଲରେ ଯାଇଥିଲା ।

ଏୟାର ଇଣ୍ଡିଆର ବିମାନ AI 691 କୋଲକାତାରୁ ଆସି ବାରଣାସୀ ଏୟାରପୋର୍ଟରେ ପହଞ୍ଚିଥିଲା । ଏହା ପରେ ବିମାନ ଡେରାଡୁନ ଉଡାଣ ଭରିବା ପାଇଁ ରହିଥିଲା । ବିମାନରେ ଡେରାଡୁନ ଯିବା ଅପେକ୍ଷାରେ ଥିବା ଯାତ୍ରୀ ବସିଥିଲେ ଏବଂ ଏହି ସମୟର ଜଣେ ଯାତ୍ରୀକୁ ଗୋଟିଏ ମୂଷା ଦେଖାଯାଇଥିଲା । ଯାତ୍ରୀ ଜଣକ ବିମାନ କ୍ରୁ ମେମ୍ବରକୁ ଜଣାଇଥିଲେ । ଏହାପରେ ସମସ୍ତ ଯାତ୍ରୀକୁ ବିମାନରୁ ଓହ୍ଲାଇ ଦିଆଗଲା ଏବଂ ମୂଷାକୁ ଖୋଜିବାରେ ଲାଗିଲେ କିନ୍ତୁ ଖୋଜିପାରିଲେ ନାହିଁ । ଯାତ୍ରୀମାନେ ରାତି ସାରା ବିମାନ ବନ୍ଦରର ଟର୍ମିନାଲରେ ରହିଲେ । ଏୟାରଲାଇନସ କର୍ମଚାରୀ ମୂଷାକୁ ଖୋଜିବାରେ ଲାଗି ପଡିଥିଲେ । ଏହାପରେ ରବିବାର ଦିନ ବିମାନରେ ଯାତ୍ରୀ ମାନଙ୍କୁ ଡେରାଡୁନ ନିଆଯାଇଥିଲା ।

ABOUT THE AUTHOR

...view details