ଓଡିଶା

odisha

ETV Bharat / bharat

ଦୁବାଇରୁ 153 ଭାରତୀୟଙ୍କୁ ଧରି ଚଣ୍ଡିଗଡରେ ପହଞ୍ଚିଲା AI ବିମାନ - lockdown

କୋରୋନା ଲକଡାଉନ ପାଇଁ ଅନେକ ଦେଶରେ ଭାରତୀୟମାନେ ଫସି ରହିଛନ୍ତି । ଏନେଇ ସରକାରଙ୍କ ଦ୍ବାରା ବନ୍ଦେ ଭାରତ ମିଶନ ଜରିଆରେ ମଙ୍ଗଳବାର ଦୁବାଇରୁ 153 ଜଣଙ୍କୁ ଏୟାର ଇଣ୍ଡିଆ ବିମାନ ଯୋଗେ ଚଣ୍ଡିଗଡ ଅଣାଯାଇଛି । ଅଧିକ ପଢନ୍ତୁ...

ଦୁବାଇରୁ 153 ଭାରତୀୟଙ୍କୁ ଧରି ଚଣ୍ଡିଗଡରେ ପହଞ୍ଚିଲା AI ବିମାନ
ଦୁବାଇରୁ 153 ଭାରତୀୟଙ୍କୁ ଧରି ଚଣ୍ଡିଗଡରେ ପହଞ୍ଚିଲା AI ବିମାନ

By

Published : Jun 3, 2020, 3:12 PM IST

ଚଣ୍ଡିଗଡ: କୋରୋନା ଭାଇରସ ମହାମାରୀ ହେତୁ ମାର୍ଚ୍ଚ 24 ତାରିଖରୁ ଦେଶରେ ଲକଡାଉନ ଡାରି ରହିଛି । ଏଥି ଯୋଗୁଁ ଭାରତୀୟମାନେ ଅନେକ ଦେଶରେ ଫସି ରହିଛନ୍ତି । ସରକାର ବନ୍ଦେ ଭାରତ ମିଶନ ଅଧୀନରେ ଅନ୍ୟ ଦେଶରୁ ଭାରତୀୟଙ୍କୁ ଫେରାଇ ଆଣୁଛନ୍ତି ।

ଏହି ଅବସରରେ ଦୁବାଇରୁ 153 ଭାରତୀୟ ନାଗରିକଙ୍କୁ ନେଇ ଏୟାର ଇଣ୍ଡିଆ ବିମାନ ମଙ୍ଗଳବାର ରାତିରେ ଚଣ୍ଡିଗଡ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି ।

ବନ୍ଦେ ଭାରତ ମିଶନର ଦ୍ୱିତୀୟ ପର୍ଯ୍ୟାୟ ମେ 22ରେ ଶେଷ ହେବାର ଥିଲା । ତେବେ ସରକାର ଏହାକୁ 13 ଜୁନ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଙ୍ଗଳବାର ଏହି ବିଶାଳ ଅଭିଯାନରେ ଜଡିତ ସମସ୍ତ ଏଜେନ୍ସି ଏବଂ ମନ୍ତ୍ରଣାଳୟ ସହିତ ବୈଠକ କରିଛନ୍ତି ।

ବୈଦେଶିକ ମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ବନ୍ଦେ ଭାରତ ମିଶନକୁ ବିସ୍ତାର କରିବା ଏବଂ ଏହାର କ୍ଷମତା ବୃଦ୍ଧି କରିବା ଏହି ବୈଠକର ଉଦ୍ଦେଶ୍ୟ । ଦ୍ୱିତୀୟ ପର୍ଯ୍ୟାୟରେ 60ଟି ଦେଶରୁ 1 ଲକ୍ଷ ଭାରତୀୟଙ୍କୁ ଫେରାଇ ଆଣିବାକୁ ଲକ୍ଷ୍ୟ ରହିଛି । ମିଶନର ଦ୍ୱିତୀୟ ପର୍ଯ୍ୟାୟ ମେ 17ରୁ ଆରମ୍ଭ ହୋଇଥିଲା ।

ABOUT THE AUTHOR

...view details