ଓଡିଶା

odisha

ETV Bharat / bharat

ଏୟାର ଇଣ୍ଡିଆ ବିମାନରେ ଅଗ୍ନିକାଣ୍ଡ

ଏସି ମରାମତିବେଳେ ଏୟାର ଇଣ୍ଡିଆର ବୋଇଂ 777ରେ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ ।

By

Published : Apr 25, 2019, 10:31 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାର ପୋର୍ଟରେ ଅଘଟଣ । ନୂଆଦିଲ୍ଲୀରୁ ସାନଫ୍ରାନସିକ୍କୋ ଯାଉଥିବା ଏୟାରଇଣ୍ଡିଆର ବୋଇଂ 777 ବିମାନରେ ଅଗ୍ନିକାଣ୍ଡ ଘଟିଛି । ଏସି ମରାମତି ସମୟରେ କୌଣସି କାରଣବଶତଃ ବିମାନର ଅକ୍ସିଲାରି ପାୱାର ୟୁନିଟ୍‌(APU)ରେ ନିଆଁ ଲାଗିଯାଇଥିଲା ।

ତେବେ ସେହି ସମୟରେ ବିମାନଟି ଖାଲିଥିବାରୁ ଏଥିରେ କାହାର କିଛି କ୍ଷତି ହୋଇ ନଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି । ପରେ ଅଗ୍ନିଶମ ବାହିନୀ ସାହାଯ୍ୟରେ ନିଆଁ ଲିଭାଯାଇଥିଲା । ତେବେ ଏହାକୁ ସାମାନ୍ୟ ଅଗ୍ନିକାଣ୍ଡ ବୋଲି କହିଛନ୍ତି ବିମାନ କର୍ତ୍ତୃପକ୍ଷ ।

ABOUT THE AUTHOR

...view details